ଆସନ୍ତାକାଲିଠାରୁ ମିଡ ଡେ ମିଲର ରୋଷେୟାଙ୍କୁ ଦିଆଯିବ ତାଲିମ

ଆସନ୍ତାକାଲିଠାରୁ ମିଡ ଡେ ମିଲର ରୋଷେୟା ଏବଂ ସହାୟକଙ୍କୁ ଦିଆଯିବ ତାଲିମ । ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ ଡାଲି ଓ ଭାତରୁ ପୋକ ଦେଖିବାକୁ ମିଳୁଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳେ ।

ଏପରିକି କିଛି ସ୍ଥାନରେ ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ଛାତ୍ରଛାତ୍ରୀ ଖାଇବାକୁ ଅମଙ୍ଗ ହେଉଛନ୍ତି । ଏଭଳି ସ୍ଥଳେ ରୋଷେୟା ଓ ସହାୟକଙ୍କୁ ରୋଷେଇରେ ସ୍ୱଚ୍ଛତା ରଖିବାକୁ ଯେଉଁ ଟ୍ରେନିଂ ଦିଆଯିବ ତାହା ବେଶ ସହାୟକ ହେବ ।

ଖାଦ୍ୟର ସୁରକ୍ଷା ଓ ହାଇଜିନ ଖାଦ୍ୟ ପ୍ରସ୍ତୁତ କରିବା । ନିଜକୁ କେମିତି ସଫା ଏବଂ ସ୍ୱଚ୍ଛ ରଖିବେ । ଖାଦ୍ୟକୁ କିଭଳି ସ୍ୱଚ୍ଛତାର ସହ ତିଆରି କରିବେ, ଖାଦ୍ୟ ଯେଉଁଠି ସଂରକ୍ଷଣ କରି ରଖାଯାଉଛି ତାକୁ କେମିତି ସ୍ୱଚ୍ଛ ଭାବେ ରଖିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ ।ମିଶନ ଶକ୍ତି ଭବନରେ ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ଆଠଟି ପର୍ଯ୍ୟାୟରେ ହେବ ।

ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ରୋଷେୟା ଏବଂ ସହାୟକଙ୍କୁ ତାଲିମ ଦିଆଯିବ । ସେମାନେ ତାଲିମ ନେବା ପରେ ବ୍ଲକସ୍ତରରେ ଅନ୍ୟ ରୋଷେୟା ଓ ସହାୟକଙ୍କୁ ତାଲିମ ପ୍ରଦାନ କରିବେ ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!