ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି। ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମାଟିର ଝିଅଙ୍କୁ ଦେଖିବା ପାଇଁ ଆଜି ରାଇରଙ୍ଗପୁରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ହାଟବାଦଡ଼ାସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରକୁ ଯାଇ ସେଠାରେ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମ ସାରି ରାଇରଙ୍ଗପୁରସ୍ଥିତ ଡାକବଙ୍ଗଳାକୁ ଯାଇଛନ୍ତି। ସେଠାରେ ମଧ୍ୟାହ୍ନଭୋଜନ ଗ୍ରହଣ କରିବା ସହ ବିଶ୍ରାମ ନେଉଛନ୍ତି।
ଏହି କ୍ରମରେ ସେ ରଘୁନାଥ ମୁର୍ମୁ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପରେ ପରେ ରାଷ୍ଟ୍ରପତି ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିଦର୍ଶନ କରିବେ ଏବଂ ରାଇରଙ୍ଗପୁର ଷ୍ଟାଡିୟମ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ।

