ଆସନ୍ତା ୧୫ରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

ପୁରୀରୁ ଆସନ୍ତା ୧୫ରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି ।

ଏପ୍ରିଲ୍ ୨୮ରେ ହାୱଡ଼ାରୁ ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ୍ କରାଯାଇଥିଲା । ଦୁଇ ଦିନ ପରେ ହାୱଡ଼ାରୁ ଭଦ୍ରକ ଯାଏ ପୁଣି ଥରେ ହୋଇଥିଲା ଟ୍ରାଏଲ୍ ରନ୍ ।

୧୪ଟି କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସରେ ଚେୟାର ସହ ଏକଜୁକ୍ୟୁଟିଭ୍ କ୍ଲାସ୍ କୋଚ୍ ରହିଛି । ଯାହାକି ସପ୍ତାହକୁ ୩ ଦିନ (ସୋମବାର, ଶୁକ୍ରବାର ଓ ଶନିବାର) ଚଳାଚଳ କରିବ ବୋଲି ଚର୍ଚ୍ଚା ହେଉଛି ।

ପୁରୀ ରେଲୱେ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ନେଇ ଆଶାବାଦୀ ରହିଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

Post Views103 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!