ଆଲିଆ ଭଟ୍ଟଙ୍କୁ ମିଳିଲା ବଡ ଆଚିଭମେଣ୍ଟ । ପ୍ରଥମ ଭାରତୀୟ ଭାବେ ବଲିଉଡ ବିୟୁଟି ଆଲିଆ ଭଟ୍ଟ ହେଲେ ଗୁଚ୍ଚିର ଗ୍ଲୋବାଲ ଆମ୍ବାସଡର । ଗୁଚ୍ଚି ଏକ ଫ୍ୟାସନ ଲୋକପ୍ରିୟ ବ୍ରାଣ୍ଡ । ଆଲିଆ ଏନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମେଟ ଗାଲାରେ ବ୍ୟାଙ୍ଗ ଡେବ୍ୟୁ କରିବା ପରେ ଆଲିଆ ଭଟ୍ଟଙ୍କୁ ମିଳିଛି ଏହି ସଫଳତା । ଆଲିଆ ଗୁଚ୍ଚି ବ୍ରାମ୍ଡର ଡ୍ରେସ ପିନ୍ଧି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି ।ଏହି ସଫଳତା ପାଇଁ ଆଲିଆଙ୍କୁ ଫ୍ୟାନ୍ସଙ୍କ ଶୁଭେଚ୍ଛାଜର ସୁଅ ଛୁଟୁଛି ।

