ବାଚସ୍ପତିଙ୍କ ପରେ ପୁଣି ୨ ମନ୍ତ୍ରୀଙ୍କ ଇସ୍ତଫା

ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଏବେ ଇସ୍ତଫା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ଦୁଇ ମନ୍ତ୍ରୀ।

କାହିଁକି ଇସ୍ତଫା ଦେଉଛନ୍ତି ଗୋଟିଏ ପରେ ଗୋଟିଏ ମନ୍ତ୍ରୀ । ମନ୍ତ୍ରୀମାନଙ୍କ ଇସ୍ତଫା ଏକ ବଡ ଧରଣର ହଲଚଲ ହେବାକୁ ଦର୍ଶାଉଛି ।

ଅନ୍ୟ ପଟେ ବାଚସ୍ପତି ବିକ୍ରମ ଆରୁଖ ଇସ୍ତଫାପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ହଠାତ ଇସ୍ତଫା ଦେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି।

ଗତ ବର୍ଷ ଜୁନ୍ ମାସରେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!