ଆଜି ସାରା ବିଶ୍ବରେ ‘ଆନ୍ତର୍ଜାତିକ ଜୈବ ବିବିଧତା ଦିବସ।ଆମର ଯାବତୀୟ ବୈଷୟିକ ଉନ୍ନତି ସତ୍ତ୍ବେ ଆମେ ଆମର ଜଳ, ଖାଦ୍ୟ, ଔଷଧ, ପୋଷାକ, ଇନ୍ଧନ, ଆଶ୍ରୟ ଓ ଶକ୍ତି ପାଇଁ ସଂପୂର୍ଣ୍ଣ ଭାବରେ ସୁସ୍ଥ ଓ ସକ୍ରିୟ ପରିସଂସ୍ଥା ଉପରେ ନିର୍ଭରଶୀଳ। ତେଣୁ ଆମର ଜୈବିକ ସମ୍ପଦର ସମ୍ମାନ, ସୁରକ୍ଷା ଓ ରକ୍ଷଣାବେକ୍ଷଣ ଜରୁରୀ। ତେଣୁ ଜୈବ ବିବିଧତା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜାତି ସଂଘ ପକ୍ଷରୁ ପ୍ରତି ବର୍ଷ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇଛି। ଏହାଦ୍ବାରା ପ୍ରାକୃତିକ ଜଗତ ସହିତ ଆମର ସମ୍ପର୍କର ପୁନଃସମୀକ୍ଷା କରିବା ପାଇଁ ବିଶ୍ବ ସମୁଦାୟକୁ ଆହ୍ବାନ କରାଯାଉଛି।

