ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଲଘୁଚାପ ନେଇ ଗୁରୁବାର ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ସୂଚନା ଦିଆଯାଇଥିବା ବେଳେ ଜୁଲାଇ ୪ ତାରିଖ ବେଳକୁ ଏହି ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରାଯାଇଛି।
ଏହି ଲଘୁଚାପଟି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପଟେ ରାଜ୍ୟରେ ତାପମାତ୍ରା କମିଲେ ବି ଗୁଳୁଗୁଳି ଅନୁଭୂତ ହେବ। ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ।
କେନ୍ଦ୍ର ପକ୍ଷରୁୁ କୁହାଯାଇଛି ଯେ ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ସହ, ବର୍ଷାର ପରିମାଣ ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି। ରାଜ୍ୟରେ ୨୮ ଜୁନ ସୁଦ୍ଧା ୧୫୬.୧ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ୱାଭାବିକ ବର୍ଷା ୧୯୨.୩ ମିମି ତୁଳନାରେ ୧୯ ପ୍ରତିଶତ କମ ଅଛି।

