ସଫଳତା ପାଇଁ 5T ଟିପ୍ସ

ଛାତ୍ରଛାତ୍ରୀଙ୍କୁ 5T ସଚିବଙ୍କ ମନ୍ତ୍ର। କ୍ରୀଡା, ଯୋଗ, ସାଇକ୍ଲିଂ କରି ଫିଟ ରହିବାକୁ ଖୋର୍ଦ୍ଧା ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍। ଶରୀର ସୁସ୍ଥ ରହିଲେ ଆତ୍ମବିଶ୍ଵାସ ବଢିବ। ଏବେ ପ୍ରତିଯୋଗିତାର ସମୟ, ତେଣୁ ପରିଶ୍ରମ କରିବାକୁ ପଡିଵ। ୧୫ମିନିଟ ଧ୍ୟାନରେ ବସିଲେ ସ୍ମୃତି ଶକ୍ତି ବଢିବ।

ଗତ ବର୍ଷ ବିଶ୍ୱକପ ହକି ଦେଖିବାକୁ ସଚିନ, ସେହବାଗ, ଶାହରୁଖ ଆସିଥିଲେ। କଠିନ ପରିଶ୍ରମ ଶାହାରୁଖଙ୍କ ସଫଳତା ମାପଦଣ୍ଡ ବୋଲି କହିଥିଲେ। କଠିନ ପରିଶ୍ରମର ବିକଳ୍ପ ନାହିଁ ବୋଲି ଶାହାରୁଖ କହିଥିଲେ। ନିଜେ 5T ସଚିବ ବି ୧୪ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ଜୀବନରେ ବିଜୟ ପରାଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ ଆତ୍ମବିଶ୍ୱାସ।

ଜୀବନରେ ଯାହା ପରିସ୍ଥିତି ଆସିବ, ମୁକାବିଲା କରିବାକୁ ପଡିଵ। ଜୀବନରେ ଭଲ ସାଙ୍ଗର ବହୁତ ପ୍ରଭାବ ଥାଏ। ତେଣୁ ଭଲ ସାଙ୍ଗ ବାଛନ୍ତୁ। ଆତ୍ମବିଶ୍ୱାସ କମାଉ ଥିବା ସାଙ୍ଗ ଠାରୁ ଦୂରରେ ରହିବାକୁ 5T ସଚିବ କହିଛନ୍ତି। ଗୁରୁ ଓ ଭଗବାନ ଏକା ସମୟରେ ଆସିଲେ, ଗୁରୁଙ୍କୁ ଆଗ ମୁଣ୍ଡିଆ ମାରିବେ। କାରଣ ସେମାନେ ପିଲାଙ୍କୁ ଭଗବାନଙ୍କ ସହ ପରିଚୟ କରନ୍ତି ବୋଲି 5T ସଚିବ କହିଛନ୍ତି। କେବଳ ପାଠ ନୁହେଁ, ଜୀବନ ବିଷୟରେ ବି ଗୁରୁ ଶିକ୍ଷା ଦିଅନ୍ତି।

ଗୁରୁମାନେ ଲିଡର ବାହାର କରନ୍ତି। ପିଲାମାନେ ନିଶା, ସୋସିଆଲ ମିଡିଆ, ମଦଠାରୁ ଦୂରରେ ରୁହିବାକୁ 5T ସଚିବ କହିଛନ୍ତି। ନୂତନ ଓଡ଼ିଶା ଗଠନ ପାଇଁ ଷ୍ଟୁଡେଣ୍ଟ ହେଲ୍ପଲାଇନ ପାଇଁ ଆସିଥିବା ପ୍ରସ୍ତାବକୁ ପାଇବେ। କଠିନ ପରିଶ୍ରମ କରିବେ, ଉଜ୍ଜ୍ୱଳ ହେବେ, ସଫାଳ ଜୀବନ ପାଇ ତାଙ୍କୁ ଇମେଲ୍ କରିବାକୁ 5T ସଚିବ ଛାତ୍ରଛାତ୍ରୀଙ୍କୁ କହିଛନ୍ତି।

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!