ରାଜ୍ୟରେ ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଏବର୍ଷ ବଢୁଥିବା କରୋନା ସଂକ୍ରମଣ ଭିତରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚାକୁ ନେଇ ବଢ଼ିଛି ଚିନ୍ତା । କୁହାଯାଉଛି, ଭୁବନେଶ୍ବରରେ ସଂପୃକ୍ତ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ସଂପୃକ୍ତ ବ୍ୟକ୍ତି ।

ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ତେବେ ଏହି ବ୍ୟକ୍ତି ଜଣକ କୋଭିଡ୍ ସହ ବହୁବିଧ ତଥା ଜଟିଳ ରୋଗରେ ବି ଆକ୍ରାନ୍ତ ଥିଲେ । ତଥାପି ତାଙ୍କର ମୃତ୍ୟୁ କୋଭିଡ୍ ସଂକ୍ରମଣରୁ ହେଲା ନା ବହୁବିଧ ରୋଗ କାରଣରୁ ହେଲା, ସେନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା କିମ୍ବା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଉକ୍ତ ରୋଗୀଙ୍କ ବୟସ ୮୦ ବର୍ଷ ପାଖାପାଖି ହେବ । ସେ ଘରେ ରହି ଚିକିତ୍ସିତ ହେଉଥିଲେ ।

Post Views16 Total Count

Apply Now


This will close in 0 seconds

error: Content is protected !!