ଏଣିକି ବଦଳିବ ହାଇସ୍କୁଲ ୟୁନିଫର୍ମ । ଅଗଷ୍ଟ ୧୫ରୁ ବଣ୍ଟାଯିବ ୟୁନିଫର୍ମ ।ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଟି- ସାର୍ଟ, ଜୋତା । ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ହଂଟର ଗ୍ରୀନ୍ ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ । ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ଡ୍ରେସରେ ଏକ ଲୋଗୋ ‘ଆମେ ଗଢିବୁ ନୂଆ ଓଡ଼ିଶା’ ରହିବ । ସପ୍ତାହର ୫ ଦିନ ୟୁନିଫର୍ମ ପିନ୍ଧିବେ ଛାତ୍ରଛାତ୍ରୀ । ଶନିବାର ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ ।ଜଣେ ଛାତ୍ରଛାତ୍ରୀଙ୍କ ଡ୍ରେସ ପାଇଁ ମୋଟ ୧ ହଜାର ଟଙ୍କା ଖର୍ଚ୍ଚହେବ ।

