SDM ଜ୍ୟୋତି ମୌର୍ଯ୍ୟ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ମହୋବାର ଜିଲ୍ଳା କମାଣ୍ଡେଣ୍ଟ୍ ମନିଷ ଦୁବେ। ତାଙ୍କର ଏସ୍ଡିଏମ୍ ଜ୍ୟୋତିଙ୍କ ସହ ପରକୀୟା ପ୍ରୀତି ଥିବା ପରି ଗମ୍ଭୀର ଆରୋପ ଲାଗିିଛି। ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ହୋଇ ମନିଷଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ଏବେ ତାଙ୍କୁ ନିଲମ୍ବନ କରାଯିବ ବୋଲି ସୂଚନା ରହିଛି।
ମନିଷ ଦୁବେଙ୍କୁ ନେଇ ଜିଆଇଜି ହୋମଗାର୍ଡ ସନ୍ତୋଷ ସିଂହ ତାଙ୍କର ତଦନ୍ତ ରିପୋର୍ଟ ଡିଜି ହୋମଗାର୍ଡ ବିକେ ମୌର୍ଯ୍ୟଙ୍କୁ ହସ୍ତାନ୍ତର କରିଛନ୍ତି। ତଦନ୍ତ ରିପୋର୍ଟରେ ମନିଷଙ୍କ ବିରୋଧରେ ରହିଥିବା ୩ଟି ମାମଲା ବିଷୟରେ ଉଲ୍ଲେଖ ହୋଇଛି।
ମନିଷ ବିଭାଗର ଭାବମୂର୍ତ୍ତିକୁ ଖରାପ କରିଛନ୍ତି ବୋଲି ସାବ୍ୟସ୍ତ ହେବା ପରେ ତାଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

