୧୪ଟି ନୂତନ ଏସଡିସି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ । ୨୦୧୭ ମସିହାରେ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ କରାଯାଇଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିଥିଲେ ।

ପରିଷଦଗୁଡ଼ିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

। ଅନୁଗୁଳ ଜିଲ୍ଲା ଏସଡିସି ଅଧ୍ୟକ୍ଷ ହୋଇଛନ୍ତି ସଦାଶିବ ନାୟକ । ସେହିପରି ମଦନ ମୋହନ ମାଝୀ ବାଲେଶ୍ବର ଏସଡିସି ଅଧ୍ୟକ୍ଷ ହୋଇଥିବାବେଳେ ବ୍ରଜମୋହନ ବିଶୋଇ ବଲାଙ୍ଗୀର, ଭଗବାନ କହଁର ବୌଦ୍ଧ, ସୁରେନ୍ଦ୍ର ହେମ୍ବ୍ରମ ଢେଙ୍କାନାଳ, ଲମ୍ବୋଧର ମୁଣ୍ଡା ଯାଜପୁର ଏସଡିସି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଶିବାଜୀ ମାଝୀ କଳାହାଣ୍ଡି ଏସଡିସି ଅଧ୍ୟକ୍ଷ ହୋଇଥିବାବେଳେ ଭଗତରାମ ମାଝୀ ନୂଆପଡା, ଶୋଭାରାମ ପ୍ରଧାନ ସମ୍ବଲପୁର, ପାଞ୍ଜିଆ ଭୋଇ ଦେବଗଡ଼, ସୁଶୀଳା ଭୋଇ ବରଗଡ଼, ମୋହନ କିଶାନ ଝାରସୁଗୁଡା, ଜାନକୀ ଦେଉରୀ ନୟାଗଡ ଓ ବିଦ୍ୟାଧର ଜାନୀ ଗଞ୍ଜାମ ଏସଡିସି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!