ଓଡ଼ିଶାରେ ହେବ ୨ଟି ପାୱାର ପ୍ଲାଣ୍ଟ୍

ଓଡ଼ିଶାରେ ସ୍ଥାପନ ହେବାକୁ ଯାଉଛି ଦୁଇଟି ନୂଆ ଥର୍ମାଲ୍ ପାୱାର ପ୍ଲାଣ୍ଟ୍। ଚଳିତ ବର୍ଷ ଶେଷ ସୁଦ୍ଧା କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୮ ସୁଦ୍ଧା ଶେଷ ହେବ। କୋଇଲା ଖଣି ପାଖାପାଖି ଅଞ୍ଚଳରେ ସ୍ଥାପନ କରାଯିବାକୁ ଥିବା ଏହି ପାୱାର ପ୍ଲାଣ୍ଟ୍ରେ କଂପାନି ୧୯,୪୨୨ କୋଟି ଟଙ୍କା ବିନିଯୋଗ କରିବ।

ଏନ୍ଏଲ୍ସି ଇଣ୍ଡିଆ ଓ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ପକ୍ଷରୁୁ ଏହି ଦୁଇ କାରଖାନା ସ୍ଥାପନ କରାଯିବ। ଏନ୍ଏଲ୍ସି ଇଣ୍ଡିଆ ଓଡ଼ିଶାର ତଲାବିରାରେ ଏକ ୨୪୦୦ ମେଗାୱାଟ୍ର ପାୱାର ପ୍ଲାଣ୍ଟ୍ ସ୍ଥାପନ କରିବାକୁ ଯୋଜନା ରଖିଛି। ଉତ୍ପାଦିତ ବିଜୁଳିରୁ ୧୪୫୦ ମେଗାୱାଟ୍କୁ ତାମିଲନାଡୁ, ୧୦୦ ମେଗାୱାଟ୍ ପୁଡୁଚେରୀକୁ ଓ ୪୦୦ ମେଗାୱାଟ୍ କେରଳକୁ ପ୍ରଦାନ କରାଯିବ।

ସେହିପରି କୋଲ୍ ଇଣ୍ଡିଆର ସହାୟକ ସଂସ୍ଥା ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ବସୁନ୍ଧରା ଖଣି ନିକଟରେ ଏକ ୧୬୦୦ ମେଗାୱାଟ୍ କ୍ଷମତାର ଥର୍ମାଲ୍ ପାୱାର ପ୍ଲାଣ୍ଟ୍ ସ୍ଥାପନ କରାଯିବ। ସେଥିରେ ୮୦୦ ମେଗାୱାଟ୍ର ୨ଟି ୟୁନିଟ୍ ରହିବ। ପ୍ଲାଣ୍ଟ୍ ନିର୍ମାଣରେ ୧୫,୯୪୭ କୋଟି ଟଙ୍କା ବିନିଯୋଗ ହେବ। ୪୦୦ ମେଗାୱାଟ୍ ବିଦ୍ୟୁତ ବିକ୍ରି କରିବା ଲାଗି କଂପାନି ବିଭିନ୍ନ ରାଜ୍ୟଠାରୁ ପ୍ରସ୍ତାବ ହାସଲ କରିଛି। ଆସନ୍ତା ବର୍ଷ ମଧ୍ୟ ଭାଗରୁ ପ୍ଲାଣ୍ଟ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଓ ୨୦୨୮ସୁଦ୍ଧା ଶେଷ ହେବ। କୋଇଲା ମନ୍ତ୍ରଣାଳୟ ଅନୁସାରେ କୋଇଲା ଖଣି ଆଖପାଖରେ ପାୱାର ପ୍ଲାଣ୍ଟ୍ ସ୍ଥାପନ କଲେ ୟୁନିଟ୍ ପିଛା ୪ ଟଙ୍କାରୁ କମ୍ ଦାମ୍ରେ ବିଜୁଳି ଉତ୍ପାଦନ ହୋଇପାରିବ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!