ଆପଣ ବି ଧରିପାରିବେ ସାପ, ଏମିତି କରନ୍ତୁ…

ସାପ ଧରାଳିଙ୍କ ପାଇଁ ଆସିଲା ଗାଇଡଲାଇନ ।କେବଳ ବନ ବିଭାଗ ଓ ଓସଡମା ତରଫରୁ ସ୍ବୀକୃତିପ୍ରାପ୍ତ ସାପ ଧରାଳି ହିଁ ସାପ ଧରିପାରିବେ । ଏଥିପାଇଁ ବନ ସ୍ବତନ୍ତ୍ର ଭାବେ ସାପ ଧରାଳି ଚୟନ କରିବ । ଏନେଇ ଏକ ଗାଇଡଲାଇନ ଜାରି କରିଛନ୍ତି ବନ ବିଭାଗ ଓ ଓସଡମା । ଗାଇଡଲାଇନ ଅନୁସାରେ ସାପଧରାଳିଙ୍କୁ ସରକାରଙ୍କ ତରଫରୁ କୌଣସି ପାରିଶ୍ରମିକ ଦିଆଯିବ ନାହିଁ । କେବଳ ସ୍ବେଚ୍ଛାକୃତ ଭାବେ ସେମାନେ ଏହି କାର୍ଯ୍ୟ କରିବେ । ମାତ୍ର ସେମାନଙ୍କୁ ଗ୍ରୁପ୍ ଇନସ୍ୟୁରାନ୍ସ ପ୍ରଦାନ କରାଯିବ । ଯେଉଁମାନେ ସାପ ଧରିବାକୁ ଇଚ୍ଛା ପ୍ରକାଶ କରିବେ ସେମାନେ ବନ ବିଭାଗ ନିକଟରେ ଆବେଦନ କରିବେ । ନିଶାଦ୍ରବ୍ୟ ସେବନ କରୁନଥିବା ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ୬୫ ବର୍ଷରୁ କମ ବୟସର ଲୋକଙ୍କୁ ଏଥିପାଇଁ ଚୟନ କରାଯିବ ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!