ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍ । ଭାରତ ସରକାର ଏନେଇ ଅଧିସୂଚନା ଜାରି କରିଛନ୍ତି ।ଦିଲ୍ଲୀ ସେବା ବିଲକୁ ରାଷ୍ଟ୍ରପତି ମଂଜୁରୀ ଦେବା ପରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର ଅଧିନିୟମ ୨୦୨୩କୁ ଲାଗୁ କରିବାକୁ ନୋଟିଫିକେସନ୍ ଜାରି କରିଥିବା ସୂଚନା ରହିଛି । ଏହି ବିଲକୁ ମିଳିଛି ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଦିଲ୍ଲୀ ସେବା ବିଲ କ’ଣ ?
ଏହି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଏକ ଆଇନରେ ପରିଣତ ହୋଇଛି । ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଉପରାଜ୍ୟପାଳଙ୍କ ହାତକୁ ଚାଲାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହି କ୍ଷମତା ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର ।

