ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଂ କରି ଏବେ ଭାରତକୁ ଚନ୍ଦ୍ର ପୃଷ୍ଠରୁ ତଥ୍ୟପଠାଉଛି । ଚନ୍ଦ୍ରଯାନ-୨ ବିଫଳ ହୋଇଥିବା ବେଳେ ଚନ୍ଦ୍ରଯାନ-୩ ଦେଶ ପାଇଁ ଗୌରବ ଆଣିଛନ୍ତି। ତେବେ କାହିଁକି ଫେଲ୍ ହୋଇଥିଲା ଚନ୍ଦ୍ରଯାନ-୨ । କଣ ଭୁଲ୍ କରିଥିଲେ ବୈଜ୍ଞାନିକ। ଆସନ୍ତୁ ଜାଣିବା…..
୧- ପେଲୋଡ: ଚନ୍ଦ୍ରଯାନ ୨ ରେ ଯେଉଁ ପେଲୋଡ ରହିଥିଲା . ସେଥିରେ ଥିଲା ଅର୍ବିଟର, ରୋଭର ଏବଂ ଲ୍ୟାଣ୍ଡର । ଯାହାକଗ ଯେଉଁଟା ଜଟିଳ ଥିଲା । ହେଲେ ଚନ୍ଦ୍ରଯାନ ୩ରେ ଲ୍ୟାଣ୍ଡର ଏବଂ ରୋଭର ଥିଲା ।କାରଣ ନ୍ଦ୍ରଯାନ ୨ରେ ଏହାର ଅର୍ବିଟର ତାର ମିଶନ ସଫଳ କରିଥିଲା । ଯେଉଁ କାରଣରୁ ଏଥର ଅର୍ବିଟରର ଦରକାର ପଡି ଳନଥିଲା.
୨- ଶକ୍ତିଶାଳୀ ଲ୍ୟାଣ୍ଡର: ଚନ୍ଦ୍ରଯାନ ୨ ରେ ସଫ୍ଟଲ୍ୟାଣ୍ଡିଂ କରି ପାରିନଥିଲା । ଲ୍ୟାଣ୍ଡିଂ କରିବାର ୨ କିଲୋମିଟର ପୂର୍ବରୁ ଏହା ଯୋଗାଯୋଗ ବିଚ୍ଛିନ୍ନ କରିଥିଲା । ଲ୍ୟାଣ୍ଡିଂ କରିବା ବେଳେ ସେ ତାର ସ୍ପିଡ କମ କରିପାରିନଥିଲା । ମାତ୍ର ଚନ୍ଦ୍ରଯାନ-୩ ଲ୍ୟାଣ୍ଡରର ଗୋଡକୁ ଶକ୍ତିଶାଳୀ ଭାବେ ତିଆରି କରାଯାଇଥିଲା । ଯାହାଦ୍ବାରା ଏହା ସଫ୍ଟ ଲ୍ୟାଣ୍ଡିଂ କରିପାରିଛି ।

୩ – ଇନଷ୍ଟ୍ରୁମେଣ୍ଟ: ଚନ୍ଦ୍ରରୁ ରହି ପୃଥିବୀର ତଥ୍ୟକୁ ଅନୁସନ୍ଧାନ କରିବାପାଇଁ ଏହା ଏକ ମୂଖ୍ୟ ମାଧ୍ୟମ । ତଥ୍ୟ ଅନୁସନ୍ଧାନ କରିବା ସହ ଆମ ସୌରମଣ୍ଡଳରେ ଥିବା ବିଭିନ୍ନ ଗ୍ରହ ସମ୍ପର୍କରେ ଏହା ଅନୁସନ୍ଧାନ ଏହା ମାଧ୍ୟମରେ କରିହୁଏ। ଯେଉଁଥିପାଇଁ ଏଥିରେ ସ୍ପେକ୍ଟ୍ରୋ ପୋଲାରିମେଟ୍ରି ହାବିଟେବଲ ପ୍ଲାନେଟ ୟାର୍ଥ ନାମକ ଯନ୍ତ୍ରପାତି ରଖାଯାଇଛି ।
୪- ଲଞ୍ଚ ଭେଇକିଲ: ଏଲଭିଏମ ୩ ଲଞ୍ଚ ଭେଇକିଲ ଚନ୍ଦ୍ରଯାନ-୩ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିଲା । ଏହା ପୂର୍ବ ଜିଏସଏଲଭିଏମକ ୨(GSLVMK-ii) ଲଞ୍ଚ ଭେଇକିଲଠାରୁ ୩୦ ପ୍ରତିଶତ ଅଧିକ ଓଜନ ରଖିବାର କ୍ଷମତା ରଖିଥିଲା । ଏହାଦ୍ବାରା ହେଭି ଭେଇକିଲ ମଧ୍ୟ ଅନ୍ତରିକ୍ଷକୁ ପଠାଯାଇପାରିବ.

