ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମହାପ୍ରବନ୍ଧକ ମୁକୁଲ ଏନ୍ ଦାଣ୍ଡିଗେ ଭୁବନେଶ୍ବର ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ ଜନପଥସ୍ଥିତ ଲାଲଚାନ୍ଦ କମ୍ପ୍ଲେକ୍ସର ଜନପଥ ଶାଖାର ନୂତନ ପରିସରକୁ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଅନାଦୀ ବିଶ୍ଵାସ, ଜନପଥ ଶାଖାର ଶାଖା ମୁଖ୍ୟ ରେଖା ଆର୍ ନାଏରଙ୍କ ସମେତ ବରିଷ୍ଠ ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶ୍ରୀ ଦାଣ୍ଡିଗେ ମୂଲ୍ୟବାନ ଗ୍ରାହକମାନଙ୍କ ସହ ଭାବ ବିନିମୟ କରିବା ସହ ବ୍ୟାଙ୍କ ତରଫରୁ ସର୍ବୋତ୍ତମ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସେ ଶାଖା କର୍ମଚାରୀମାନଙ୍କୁ ସମ୍ବୋଧନ କରିବା ସହ ଗ୍ରାହକମାନଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବାକୁ ପ୍ରୋତ୍ସାହିତ କରିଥିଲେ ।

