ପଦ୍ନିନୀ ରାଉତ: ଚେସ୍ ରାଣୀ

ଓଡିଶାର ଗ୍ରାଣ୍ଡ ମାଷ୍ଟର ଚେସ ରାଣୀ ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ ଟାଇଟଲ୍ ସହ ଜିତିଛନ୍ତି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର । ଲଗାତାର ୪ ଥର ଜାତୀୟ ମହିଳା ପ୍ରିମିୟର ଟାଇଟେଲ ମଧ୍ୟ ତାଙ୍କ ହାତରେ ରହିଛି । ଦେଶ ତଥା ରାଜ୍ୟ ପାଇଁ ଅନେକ କୃତିତ୍ବ ହାସଲ କରିଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଚେସ୍ ଚମ୍ପିଆନ ପଦ୍ନିନୀ ରାଉତ ।କଣ ରହିଛି ତାଙ୍କ ସଫଳତାର ଯାତ୍ରା କେମିତି ଆରମ୍ଭ ହୋଇଥିଲା ତାଙ୍କର ଚେସ୍ ଯାତ୍ରା  ଇଣ୍ଟରଭ୍ୟୁ ଟାଇମ୍ସ ଓଡିଆର ସ୍ବତନ୍ତ୍ର ସାକ୍ଷାତକାର ।

ପ୍ରଶ୍ନ: ଆପଣ ମାତ୍ର ୯ ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଥିଲେ, କାହିଁକି ଚେସ୍ ପାଇଁ ଆଗ୍ରହୀ ଥିଲେ ?

ଉତ୍ତର:ମୋର ଚେସ୍ ଖେଳିବା ମୋ ସ୍କୁଲର ନୋଟିସ୍ ବୋର୍ଡରେ ବିଜ୍ଞାପନ ହୋଇଥିବା ଏକ ଚେସ୍ ଟୁର୍ଣ୍ଣାମେଣ୍ଟରୁ ଆରମ୍ଭ ହୋଇଥିଲା ।ମୋ ବାପାଙ୍କ ମାର୍ଗଦର୍ଶନରେ ମୁଁ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲି । ଆମେ ଗାଁକୁ ଯିବା ବେଳେ ମୋ ବାପା ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥିବା ଦେଖି ଚେସ୍‌ ପ୍ରତି ମୁଁ ଆକର୍ଷିତ ହୋଇଥିଲି । ସେବେଠୁ ମୋର ଚେସ୍ ଯାତ୍ରା ଆରମ୍ଭ ହୋଇଥିଲା । ଚେସ୍ ଖେଳର ପ୍ରୋସେସ୍‌ ମୋତେ ଭଲ ଲାଗିଥିଲା । ଚେସ ଖେଳ ଜଣିବା ପୂର୍ବରୁ ମଧ୍ୟ ମୁଁ ଖେଳକୁ ଭଲପାଉଥିଲି ।

ପ୍ରଶ୍ନ: ସବୁ ଖେଳ ତୁଳନାରେ ଚେସ୍ ଟିକେ ଭିନ୍ନ । ଖେଳିବା ପୂର୍ବରୁ କିପରି ନିଜକୁ ମାନସିକ ଭାବେ ପ୍ରସ୍ତୁତ କରନ୍ତି?

ଉତ୍ତର:  ଖେଳିବା ପୂର୍ବରୁ ମୁଁ ଆଭ୍ୟାସ କରେ ।ମାନସିକ ଭାବେ ପ୍ରସ୍ତୁତ ହେବା ହିଁ ଆମର ଦକ୍ଷତାକୁ ଆହୁରି ଅଧିକ ବଢାଇଥାଏ । ଜଣେ ଚେସ୍ ଖେଳାଳି ବିଭିନ୍ନ କୌଶଳ ଏବଂ ରଣନୀତିରେ ନିଜକୁ ବାନ୍ଧି ରଖେ । ନିଜର ଆତ୍ମବିଶ୍ବାସ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ମୁଁ ଖେଳିବା ବେଳେ ଶାନ୍ତ ରହିବାକୁ ଚେଷ୍ଟା କରେ । ମୁଁ ନିୟମିତ ଅଭ୍ୟାସ କରେ ।

ପ୍ରଶ୍ନ: ଯଦି ପଦ୍ନିନୀ ଚେସ୍ ଖେଳାଳି ହୋଇନଥାନ୍ତେ?

ଉତ୍ତର: ଯଦି ମୁଁ ଚେସ୍ ଖେଳିନଥାନ୍ତି , ତେବେ ରିସର୍ଚ ଉପରେ କାମ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ବାପା ଚାହୁଁଥିଲେ ମୁଁ ଚେସରେ ଆଗକୁ ବଢେ । ଯେହେତୁ ମୋ ବାପା ମା ମୋ ପାଇଁ ପ୍ରେରଣା ।

ପ୍ରଶ୍ନ: ଚେସ୍ ଛଡା ଅବସର ସମୟରେ ପଦ୍ନିନୀ କଣ କରିବାକୁ ଭଲପାଆନ୍ତି ?

ଉତ୍ତର: ଚେସ୍‌କୁ ଛାଡିଦେଲେ ମୋର ବିଭିନ୍ନ ପ୍ରକାର ହବି ଅଛି । ମୁଁ ଖାଲି ସମୟରେ ଗୀତ ଶୁଣେ ,ଆର୍ଟ କରେ, ବହି ପଢିବାକୁ ମୋତେ ଭଲ ଲାଗେ ।ସ୍ବିମିଙ୍ଗ ଓ ଟ୍ରେକିଂ ମଧ୍ୟ କରେ ।

ପ୍ରଶ୍ନ : ଚେସ୍ ଆଉ ନିଜର ବ୍ୟକ୍ତଗତ ଜୀବନକୁ କେମିତି ପରିଚାଳନା କରନ୍ତି ?

ଉତ୍ତର:ଚେସ୍‌କୁ ପ୍ରଥମେ ମୁଁ ଗୁରୁତ୍ବ ଦିଏ । ବ୍ୟକ୍ତିଗତ ଜୀବନ ଉପରେ ଚେସ୍ କୌଣସି ପ୍ରଭାବ ପକାଏନାହିଁ ।ଚେସ୍ ମୋ କ୍ୟାରିୟର ତେଣୁ ମୁଁ ସବୁ ସମୟରେ ଚେସକୁ ଉପଭୋଗ କରେ । ସବୁ କ୍ଷେତ୍ରରେ ମୋ ପରିବାର ମୋ ପାଖରେ ଥାଏ । ତେଣୁ କୌଣସି ଅସୁବିଧା ହୁଏନି । ତଥାପି ଟୁର୍ନାମେଣ୍ଟ ପୂର୍ବରୁ ମୁଁ ଟିକେ ଚିନ୍ତାରେ ଥାଏ କିନ୍ତୁ ମୋ ପରିବାର ମୋତେ ସାହାସ ଦିଅନ୍ତି । ସେମାନଙ୍କ ସମର୍ଥନରେ ମୁଁ ଆଜି ଏହି ସ୍ଥାନରେ । ତେଣୁ ଚେସ୍ ଆଉ ବ୍ୟକ୍ତିଗତ ଜୀବନ ସୁରୁଖୁରୁରେ ଚାଲିଛି ।

ପ୍ରଶ୍ନ : ଆଗାମୀ ଯୁବପିଢି ଓ ଚେସ୍ ଖେଳାଳିଙ୍କୁ କଣ ବାର୍ତ୍ତା ଦେବେ?

ଉତ୍ତର: ସବୁବେଳେ ଲକ୍ଷ୍ୟ ଉଚ୍ଚ ରଖ । ନିଜକୁ ଚ୍ୟାଲେଞ୍ଜ କର ଏବଂ ତୁମର ଦକ୍ଷତା ଉପରେ ବିଶ୍ୱାସ କର ।

 

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!