ବାଙ୍ଗାଲୁରୁଠାରେ ଆୟୋଜିତ ୨୨ତମ ଏସିଆ ପାସିଫିକ ଏଚ୍ଆର୍ଏମ୍ କଂଗ୍ରେସ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ (ଆଓ୍ବାର୍ଡ) ଦିଆଯାଇଛି।
ଏନ୍ଏମ୍ଡିସିକୁ ‘ବେଷ୍ଟ ଅର୍ଗାନାଇଜେଶନ ଉଇଥ୍ ଇନୋଭେଶନ ଏଚ୍ଆର୍ ପ୍ରାକ୍ଟିସ’ ସମ୍ମାନରେ ସମ୍ମାନିତ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଏନ୍ଏମ୍ଡିସିର ଜିଏମ୍ (ଏଚ୍ଆର୍) ଭି. ଶ୍ରୀନିବାସ ଉକ୍ତ ସମ୍ମାନ ଅତିଥିଙ୍କଠାରୁ ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଏନ୍ଏମ୍ଡିସିର ସିଏମ୍ଡି( ଅତିରିକ୍ତ ଦାୟିତ୍ୱ) ଅମିତାଭ ମୁଖାର୍ଜୀ କହିଛନ୍ତି, ଦେଶର ସର୍ବବୃହତ୍ ଲୁହା ପଥର ଉତ୍ପାଦକ ଭାବେ ପରିଚିତ ଏନ୍ଏମ୍ଡିସିରେ ଏକ ପ୍ରଭାବଶାଳୀ ଏଚ୍ଆର୍ ଟିମ୍ କାର୍ଯ୍ୟ କରୁଛନ୍ତି। ଏହି ସଫଳତା ଏନ୍ଏମ୍ଡିସିର ଏଚ୍ଆର୍ ଟିମ୍କୁ ଦିଆଯାଇଛି।

