ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଚର୍ଚ୍ଚିତ ଯୋଡି ପରିଣୀତି ଚୋପ୍ରା ଓ ଆପ ନେତା ରାଘବ ଚଢା । ଦୁହିଁଙ୍କର ଜୟପୁରରେ ଲୟାଲ ଓ୍ବେଡିଂ ହେବାକୁ ଯାଉଛି । ଗତକାଲିଠାରୁ ଉଭୟ ପରିବାରର ସଦସ୍ୟ ଉଦୟପୁରରେ ପହଞ୍ଚିଛନ୍ତି । ଉଭୟ ବରକନ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଉଦୟପୁର ଏୟାରପୋର୍ଟରେ ବାଜା ବଜାଇ ପରିଣୀତି-ରାଘବଙ୍କ ଗ୍ରାଣ୍ଡ ଓ୍ବେଲକମ୍ କରାଯାଇଥିଲା । ଉଦୟପୁରରେ ବିବାହର ପ୍ରସ୍ତୁତି ମଧ୍ୟ ଜୋର୍ସୋରରେ ଚାଲିଥିବାବେଳେ ବଡ ଭଉଣୀ ପ୍ରିୟଙ୍କା ଚୋପ୍ରା ବିବାହରେ ଯୋଗଦେବେନି ବୋଲି ଜଣାପଡିଛି ।

