ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ନୂଆ ଦାୟିତ୍ୱ

ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ନୂଆ ଦାୟିତ୍ୱ । ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ହେଲେ ମାନସ ମଙ୍ଗରାଜ । ତାଙ୍କ ପୂର୍ବରୁ ସୁଲତା ଦେଓ ଏହି କାର୍ଯ୍ୟ ତୁଲାଉଥିବା ବେଳେ ତାଙ୍କୁ ବଦଳି କରାଯାଇଛି ।

ସାଂସଦ ସୁଲତା ଦେଓଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ମାନସଙ୍କୁ ନୂଆ ଦାୟିତ୍ବ ମିଳିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ।

ମାନସ ନିଶ୍ଚିତ ଏହି ଦାୟିତ୍ୱ ଭଲ ଭାବେ ତୁଲାଇବେ । ମୁଖ୍ୟ ସଚେତକ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଦଳର ବାର୍ତ୍ତା ତାଙ୍କ ମାଧ୍ୟମରେ ଆସେ । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଏକ ଭଲ ନିଷ୍ପତ୍ତି ବୋଲି କହିଛନ୍ତି ଅମର ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!