ଦେଢ ଘଣ୍ଟାରେ ପହଞ୍ଚିବେ ଗୌହାଟୀ …

ଭୁବନେଶ୍ବରରୁ ଗୌହାଟୀକୁ ଆଜିଠୁ ସିଧାସଳଖ ଉଡିବ ବିମାନ । ସପ୍ତାହ ଯାକ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଡିମାଣ୍ଡ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ । ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି ୨୦ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ କରୁଛନ୍ତି ଯିବା ଆସିବା । ଗୌହାଟୀକୁ ସିଧା ବିମାନ ସେବାରେ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!