ଆଜିଠୁ ଆରମ୍ଭ ହୋଇଛି ପୂଣ୍ୟ ଓ ମହାଧାର୍ମିକ ମାସ କାର୍ତ୍ତିକ । ହରିବୋଲ,ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଶ୍ରୀକ୍ଷେତ୍ର । ଗୁଆ, ନଡ଼ିଆ, ଫୁଲ ସହ ବିଭିର୍ନ ରକମର ଫଳମୂଳ ଆଦି ଟେକି ମା ବୃନ୍ଦାବତୀଙ୍କ ନିକଟରେ ରାଇଦାମୋଦର ପୂଜା କରିବା ସହ ଶ୍ରୀମନ୍ଦିର ଯାଇ ରାଧା ଦାମୋଦର ବେଶରେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ କରିଥିଲେ ବ୍ରତଧାରିଣୀ। ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ୩ହଜାରରୁ ଅଧିକ ହବିଷ୍ୟାଳୀ ପଞ୍ଜିକରଣ କରିଛନ୍ତି । ୫ଟି କେନ୍ଦ୍ରରେ ସେମାନଙ୍କ ରହିବା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆଜି ଭିଡିଓ କନଫରେନ୍ସରେ ହବିଷ୍ୟାଳି ଶିବିରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏପରି ସୁନ୍ଦର ଯୋଜନା ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ହବିଷ୍ୟାଳୀ । ଭିଡକୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

