ଓପନ ଏଆଇ ସିଇଓ ସାମ ଅଲଟମ୍ୟାନ ବହିଷ୍କୃତ । ବିଶ୍ବସନୀୟତା ଅଭାବରୁ ତାଙ୍କୁ ସିଇଓ ପଦରୁ ହଟାଯାଇଛି ବୋଲି କହିଛି ଓପନ ଏଆଇ । ପ୍ରାୟ ବର୍ଷକ ତଳେ ଚାଟଜିପିଟି ସୃଷ୍ଟି କରିଥିବା ଓପନ ଏଆଇର ଏହି ନିଷ୍ପତ୍ତି କର୍ପୋରେଟ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଚାଟଜିପିଟି ରିଲିଜ ହେବା ପରେ ୩୮ ବର୍ଷ ବୟସ୍କ ଅଲଟମ୍ୟାନ ସାରା ବିଶ୍ବର ଆଇଟି ଜଗତର ନଜରକୁ ଆସିଥିଲେ । ନୂଆ ସିଇଓ ଭାବେ ମୀରା ମୁରାତିଙ୍କୁ ଦାୟିତ୍ବ ଦିଆଯାଇଛି । ଓପନ ଏଆଇ ବୋର୍ଡ ପକ୍ଷରୁ କୁହାଯାଇଛି- କମ୍ପାନି ବୋର୍ଡ ଅଲଟମ୍ୟାନଙ୍କ ସକ୍ଷମତା ଓ ଦାୟିତ୍ବବୋଧର ପରିଚାଳନା ନେଇ ସନ୍ଦେହ ବ୍ୟକ୍ତ କରିଥିଲା । ତାଙ୍କର କାର୍ଯ୍ୟଦକ୍ଷତା ନେଇ ମଧ୍ୟ ବୋର୍ଡ ସସପେନସରେ ରହିଥିଲା । ଓପନ ଏଆଇ ସଂସ୍ଥାର ନେତୃତ୍ବ ନେବାକୁ ଅଲଟମ୍ୟାନ ଅକ୍ଷମ ଥିବା ବୋର୍ଡ ବିଚାର କରିଥିଲା । ଚାଟ ଜିପିଟି ଲଞ୍ଚ ହେବା ପରେ ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବିପ୍ଳବ ସୃଷ୍ଟି ହୋଇଥିଲା । ଆମାଜନ, ଗୁଗୁଲ, ମାଇକ୍ରୋସଫଟ ଓ ମେଟା ମଧ୍ୟ ପ୍ରତିଦ୍ବନ୍ଦ୍ବିତା ନେଇ ସମସ୍ୟାରେ ପଡିଥିଲେ । ବିଭିନ୍ନ ବ୍ୟାକରଣଗତ କିମ୍ବା ବିଷୟଗତ ତ୍ରୁଟିକୁ ମାର୍ଜନା କରିବା କ୍ଷେତ୍ରରେ ଚାଟ ଜିପିଟି ପ୍ରମୁଖ ଭୂମିକା ନେଇଥାଏ ।
Related Posts
ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର
ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର। କମ୍ପ୍ୟୁଟେସନାଲ…
ଜାତିସଂଘର ଗ୍ଲୋବାଲ ୱାର୍ମିଂ ରିପୋର୍ଟ: ହିମାଳୟର ଗ୍ଲେସିୟର ତରଳିବା କାରଣରୁ ଭାରତର ଶୁଖିଯିବ ଅନେକ ନଦୀ, ଚୀନ୍ ଏବଂ ପାକିସ୍ତାନରେ ହେବ ଭୟଙ୍କର ବନ୍ୟା
ଗ୍ଲୋବାଲ ୱାର୍ମିଂର ଭୟାଭୟତା ସାରା ବିଶ୍ୱ ପାଇଁ ଚିନ୍ତାଜନକ ରହିଛି। ଯେଉଁଥିପାଇଁ ଜଳ ସଙ୍କଟ ଏକ ବଡ଼ ସଙ୍କଟ ଭାବେ…
ଏସସିଓ ବୈଠକରେ ଆତଙ୍କବାଦକୁ ନେଇ ବର୍ଷିଲେ ମୋଦୀ
ଚୀନ୍ର ତିଆନ୍ଜିନ୍ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ) ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀର…

