୮ ଟି ନୂତନ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ,୨୮୬୦ ନୂତନ ନିଯୁକ୍ତି ସମ୍ଭାବନା

ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ୧୨୪ ତମ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟ ବୈଠକ । ୧୩୯୭.୧୮ କୋଟି ଟଙ୍କା ମୂଲ୍ୟର ୮ ଟି ନୂତନ ପ୍ରକଳ୍ପ ଉପରେ ଆଜି ମୋହର ବାଜିଛି। ଯାହା ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ବଡ ସଫଳତା | ମୁଖ୍ୟତଃ ପ୍ଲାଷ୍ଟିକ୍, ବୈଷୟିକ ଟେକ୍ସଟାଇଲ୍ ଏବଂ ଆଲୁମିନିୟମ୍ , ଇସ୍ପାତ, ଆଇଟି, ଆଗ୍ରୋ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାର ଅଗ୍ରାଧୂକାର ଦେଇଛନ୍ତି ।

ପ୍ଲାଷ୍ଟିକ୍ କ୍ଷେତ୍ରରେ, ସିଣ୍ଡେକ୍ସ ବିପିଏଲ୍ ଲିମିଟେଡ୍, ସମ୍ବଲପୁରରେ ବାର୍ଷିକ ୩୭୫୨୦ ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସିପିଭିସି, ୟୁପିଭିସି, ଏସ୍ ଡବ୍ଲ ଆର୍, ଆଗ୍ରି ପାଇପ୍ ପିଭିସି ଫିଟିଙ୍ଗ୍ ଏବଂ ପ୍ଲାଷ୍ଟିକ୍ ଟ୍ୟାଙ୍କ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୪୭୯.୪୭ କୋଟି ଟଙ୍କାର ବିନିଯୋଗ ପାଇଁ ବାଟ ଫିଟିଛି | ଏ ପ୍ରକଳ୍ପ ମାଧ୍ୟମରେ ୧୦୦୦ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି | ଆହୁରି ମଧ୍ୟ, ଏଚ୍ ଆଇ ଏଲ୍ ଇଣ୍ଡିଆ ପିଭିସି ଏବଂ ସିପିଭିସି ପାଇପ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୨୫୦ କୋଟି ଟଙ୍କା ବିନ ଯୋଗ କରିବ, ଯାହା ଦ୍ବାରା ୨୭୫ଜଣଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ।

ପ୍ଲାଷ୍ଟିକ୍ ପାତ୍ର, ଲେନୋ ବ୍ୟାଗ୍, ପିପି ବୁଣା ବ୍ୟାଗ୍ ପିପି ବୁଣା କପଡା ଏବଂ କରଗେଜ୍ ବକ୍ସ ଉତ୍ପାଦନ ପାଇଁ ମେଗା ଫ୍ଲେକ୍ସ ପ୍ଲାଷ୍ଟିକ୍ ଲିମିଟେଡ୍ ଖୋର୍ଦ୍ଧାରେ ବାର୍ଷିକ ୯,୬୦୦ ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ୟୁନିଟ୍ ପ୍ରତିଷ୍ଠା କରିବ ୬୨ ୩୮କୋଟିର ବିନିଯୋଗ ସହିତ, ଏହି ଉଦ୍ୟୋଗ ୩୮୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।ଇସ୍ପାତ ଡାଉନ୍ ଷ୍ଟ୍ରିମ୍ କ୍ଷେତ୍ରରେ ସାନ୍ଧୁ ଟ୍ୟୁବ୍ ପ୍ରାଇଭେଟ ଲିମିଟେଡ୍ ଏବଂ କାଇ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡ୍ ଯ ାଜପୁର ଏବଂ ସୁନ୍ଦରଗଡରେ ପ୍ରାୟ ୧୮୮.୯୮ କୋଟି ଟଙ୍କା ବିନିଯୋଗ କରିଛନ୍ତି | ଏହି ବିନିଯୋଗ ମାଧ୍ୟମରେ ରାଜ୍ୟରେ ୪୦୩ରୁ ଉଦ୍ଧ ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ହିଣ୍ଡଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଆଲୁମିନିୟମ୍ କ୍ଷେତ୍ରରେ ୨୪୧.୦୫ କୋଟି ବିନିଯୋଗ କରି ସମ୍ବଲପୁରରେ ଏକ ୱାଇଟ୍ ଫ୍ୟୁଜ୍ ଆଲୁମିନା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ |

ଏହି ପ୍ରକଳ୍ପ ମାଧ୍ୟମରେ ୨୧୦ ଜଣ ବ୍ୟକ୍ତିଙ୍କ ପାଇଁ ଚାକିରି ସ ଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଆଇଟି କ୍ଷେତ୍ରରେ ଅନୁଜ ଅଟୋଗ୍ରାଫ୍ ବିଜନେସ୍ ପାର୍କ ଖୋର୍ଦ୍ଧାରେ ୧୦୫ ୩ କୋଟି ଟଙ୍କା ବିନିଯୋଗ କରି ଆଇଟି ପାର୍କ ପ୍ରତିଷ୍ଠା କରୁଛି ଏଥିରେ ୩୦୦ ନୂତନ ନିଯୁକ୍ତି ସମ୍ଭାବନା ରହିଛି ।ଆଗ୍ରୋ-ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଜିଜିଏଲ୍ ଚାଲେଟ୍ ପ୍ରାଇଭେଟ୍ ଲିମିଟେଡ୍, କୋରାପୁଟରେ ୭୦ କୋଟି ଟଙ୍କାର ପୁଞ୍ଜିନିବେଶ କରୁଛି । ବାର୍ଷିକ ୨,୫୦,୦୦,୦୦୦ ସ୍କୋୟାର ମିଟରର ଭେନେର,ବାର୍ଷିକ ୫,୦୦,୦୦୦ ସ୍କୋୟାର ମିଟରର ପ୍ଲାଇ ବୋର୍ଡ ଏବଂ ପାର୍ଟିକିଲ୍ ବୋର୍ଡ ( ଏବଂ ବାର୍ଷିକ ୧୦ ମେଟ୍ରିକ୍ ଟନ୍ ବାୟୋମାସ୍ ପେଲେଟ୍ ଉତ୍ପାଦନର କ୍ଷମତା ରଖୁବ |

ଏହି ପ୍ରକଳ୍ପ ମାଧ୍ୟମରେ ୨୯୦ ଜଣଙ୍କୁ ନିଯୁକ୍ତି ସୁଯୋଗ ରହିଛି । ପ୍ଲାଷ୍ଟିକ୍ ଠାରୁ ଆରମ୍ଭ କରି ଏଗ୍ରୋ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରଗୁଡିକରେ ନିବେଶ, ଓଡିଶାର ଶିଳ୍ପ ବିକାଶ ସହ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ନିଆଯାଉଥିବା ଗୁରୁତ୍ବ ପୂର୍ଣ୍ଣ ପଦକ୍ଷେପ ପ୍ରଶଂସନୀୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶିତାର ପ୍ରମାଣ ସ୍ବରୁପ ଓଡିଶା ଏବେ ନିବେଶର ସାରା ଦେଶରେ ପ୍ରଥମ ପସନ୍ଦ ଅଟେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!