ରୂପାନ୍ତରଣ ମହାପର୍ବରେ ସାମିଲ ହେବେ ରାଜ୍ୟବାସୀ

ଲୋକାର୍ପଣ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  ।ଶ୍ରୀକ୍ଷେତ୍ର ରୂପାନ୍ତରଣ ମହାପର୍ବରେ ସାମିଲ ହେବେ ରାଜ୍ୟବାସୀ,ପରିକ୍ରମା ପାର୍ବଣ ନିମନ୍ତେ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା । ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବେ ସାରା ରାଜ୍ୟବାସୀ । ପ୍ରତ୍ୟେକ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯିବ । ପ୍ରତ୍ୟେକ ଗ୍ରାମର ଲୋକେ ଏହି ରୂପାନ୍ତରଣ ମହାପର୍ବରେ ସାକ୍ଷୀ ରହିବେ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟବାସୀଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅଧିନରେ ପୂରା ପ୍ରକ୍ରିୟା ପରିଚାଳିତ ହେବ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!