କଂଗ୍ରେସ ନେତାଙ୍କ ତୁଣ୍ଡରେ ତୁଣ୍ଡି

୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଘାରିଛି ଶୃଙ୍ଖଳା ଚିନ୍ତା। ଗଣମାଧ୍ୟମକୁ ଯିବା ପୂର୍ବରୁ ଦଳୀୟ ନେତାଙ୍କୁ ନେବାକୁ ପଡ଼ିବ ଅନୁମତି। ଏଣିକି କଂଗ୍ରେସ ମିଡିଆ ସେଲ ଓ ପିସିସି ସଭାପତିଙ୍କ ବିନା ଅନୁମତିରେ ଦଳର କେହି ନେତା କରିପାରିବେନି ସାମ୍ବାଦିକ ସମ୍ମିଳନୀ। ଦଳର ସବୁ ବିଭାଗ ମୁଖ୍ୟ ଓ ଅଫିସ ବିଅରର୍ସଙ୍କୁ ଏନେଇ ଚିଠି ଲେଖି ଅବଗତ କରାଯାଇଛି। ସେପଟେ ଲୋକଙ୍କ କଥା କହିବାକୁ ତାଙ୍କୁ କୌଣସି ନିର୍ଦ୍ଦେଶନାମା ରୋକିପାରିବନି ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ସେ ଲୋକଙ୍କ କଥା କହୁଛନ୍ତି ଓ ଆଗକୁ ବି କହିବେ। ତେବେ ଦଳ ପାଇଁ ଏପରି ନିର୍ଦ୍ଦେଶନାମା ଆବଶ୍ୟକ ଥିଲା ବୋଲି ନେତାମାନେ କହିଛନ୍ତି  । ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି କଂଗ୍ରେସ ଭିତରେ ଶୃଙ୍ଖଳାକୁ ଅଧିକ ଫୋକସ୍ କରାଯାଉଛି।

କଂଗ୍ରେସର ଅମାନିଆ ନେତାଙ୍କ ପାଇଁ ଏହା ଦଳୀୟ ଛାଟ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ପୂର୍ବରୁ ମଧ୍ୟ କଂଗ୍ରେସ ଅନେକ କଟକଣା ଜାରି କରିଛି। ତାହା ଦଳୀୟ ନେତାଙ୍କ ଉପରେ କୌଣସି ପ୍ରଭାବ ପକାଇନାହିଁ ବୋଲି ସମୀକ୍ଷକ ଆକଳନ କରୁଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର କଟକଣା ଜାରି ହୋଇଥିବା ବେଳେ ଏହାକୁ ଖୋଲା ଚ୍ୟାଲେଞ୍ଜ କଲେଣି ଦଳର କୁହାଳିଆ ନେତା। ଆଗକୁ ଏହି କଟକଣା କଂଗ୍ରେସରେ ଶୃଙ୍ଖଳା ଆଣିବ ନାଁ ଅଧିକ ବିଶୃଙ୍ଖଳା ସୃଷ୍ଟି କରିବ, ତାକୁ ନେଇ କଂଗ୍ରେସ ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା ହେଉଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!