ଇସ୍ରାଏଲ୍-ଲେବାନନ୍ ସୀମାରେ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ଭାରତୀୟଙ୍କର ମୃତ୍ୟୁ । ମୃତକ ଜଣକ ହେଉଛନ୍ତି, କେରଳର କୋଲାମର ପ୍ୟାଟ୍ ନିବିନ ମ୍ୟାକ୍ସୱେଲ। ୩୧ ବର୍ଷୀୟ ମ୍ୟାକ୍ସୱେଲ ଦୁଇ ମାସ ତଳେ ଇସ୍ରାଏଲ ଯାଇଥିଲେ। ଦୂତାବାସ ପକ୍ଷରୁ ପ୍ୟାଟ୍ ନିବିନଙ୍କ ପରିବାର ସହ କଥାବାର୍ତ୍ତା କରାଯାଇଛି। ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି।
ସବୁଠୁ ବଡ଼ କଥା ହେଉଛି କି, ତାଙ୍କ ପତ୍ନୀ ବର୍ତ୍ତମାନ ୭ ମାସର ଗର୍ଭବତୀ ଅଛନ୍ତି। ଏଥିସହ ତାଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ଅଛି।
ଗତକାଲି ଉତ୍ତର ଇସ୍ରାଏଲର ମାର୍ଗାଲିଅଟରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିଲେ ପ୍ୟାଟ୍ ନିବିନ। ଏଥିସହ ଅନ୍ୟ ଦୁଇ ଜଣ ଭାରତୀୟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କ ଘର ମଧ୍ୟ କେରଳରେ। ଭାରତରେ ଥିବା ଇସ୍ରାଏଲ ଦୂତାବାସ ଏହି ଘଟଣାକୁ ତୀବ୍ର ନିନ୍ଦା

