ଏଏସିସିଆଇ ତରଫରୁ ମିସ୍ ଜିମ୍ବାୱେ ନୋକୁତେଣ୍ଡା ମରୁମ୍ୟୁଙ୍କୁ ସ୍ବାଗତ

ଭୁବନେଶ୍ୱର: ଜିମ୍ବାୱେରୁ ଭୁବନେଶ୍ୱର ଆସିଥିବା ଫରାନି ଜିମ୍ବାନି, ନ୍ୟାଶନାଲ ଡାଇରେକ୍ଟର ମିସ୍ ୱାଲ୍ଡ ଜିମ୍ବାୱେ ଓ ଭିକ୍ଟୋରିଆ ସାମୁସୋଙ୍ଗା, ଫାଉଣ୍ଡର ଫାବିସି ଆଫ୍ରିକା, ଆନ୍ତର୍ଜାତୀୟ ପ୍ରତିନିଧୂମାନଙ୍କ ଉପସ୍ଥିତି ପାଇଁ ଓଡିଶା ସାକ୍ଷୀ ରହିଥ‌ିବା ବେଳେ ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟର ପକ୍ଷରୁ ଜିମ୍ବାୱେ ନୋକୁତେଣ୍ଡା ମରୁମ୍ୟୁଙ୍କୁ ସ୍ଵାଗତ କରାଯାଇଛି।

ଏଏସିସିଆଇ ଓଡିଶାର ସଭାପତି ଡଃ ଲିତା ମହାପାତ୍ର, ହେଲ୍‌ଥ ଅନ୍ ଟପ୍‌ର ପ୍ରତିଷ୍ଠାତା ତଥା ସିଇଓ ଗୌରବ ରାଲହାନ୍ ଏବଂ ଗ୍ରିନ୍ ଇଭେଣ୍ଟ ଆଣ୍ଡ୍ ମିଡିଆ ଅନ୍ ଟପ୍‌ର ପ୍ରିୟା ରାଲହାନଙ୍କ ମିଳିତ ସ‌ହ‌ଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାର୍ଥ ସାରଥୀ ମିଶ୍ର, ଆଇଏଏସ୍, ସରକାରୀ କମିଟିର ସ୍ଵତନ୍ତ୍ର ସଚିବ, ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗ, ଓଡିଶା ସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସହ ବିଭୂ ପ୍ରସାଦ ତ୍ରିପାଠୀ ।

(ପରିବେଶ ଆଇନଜୀବୀ ତଥା ବର୍ତ୍ତମାନ ଓଡିଶା ଉଚ୍ଚତମ ନ୍ୟାୟାଳୟରେ ଏଜିଏ ରୂପେ କାର୍ଯ୍ୟରତ) ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ନୋକୁତେଣ୍ଡା ମରୁମ୍ୟୁ ମୁମ୍ବାଇର ଜିଓ କନ୍‌ଭେନ୍‌ସନ୍ ସେଣ୍ଟର ଠାରେ ୭୧ ତମ ମିସ୍ ୱାଲ୍ଡ ରୂପେ ଚୟନ ହୋଇଥିବା ସହ ଭୁବନେଶ୍ଵର ସହରର ୨ ଜଣ ବିଶିଷ୍ଟ ସୃଜନଶୀଳ ଡିଜାଇନର ପ୍ରିତମ ନାୟକ ଓ ଜହିଦା ଅହମ୍ମଦ ତାଙ୍କୁ ଫାଇନାଲ ରାଉଣ୍ଡରରେ ସୁନ୍ଦର ଗାଉନ୍‌ରେ ସଜାଇଥିଲେ ଯେଉଁଥିରେ ଫାସନ୍ ମାଧ୍ଯମରେ ସୃଜନଶୀଳତା ପ୍ରତିଫଳିତ ହୋଇଥିଲା।

ଏହି ଅବସରରେ ତ୍ରିଧାରା ଡାନ୍ସ ଏକାଡେମୀର ଗୁରୁଜୀ ଗଜେନ୍ଦ୍ର ପ ପଣ୍ଡାଙ୍କ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା। ଏଥିରେ ମାନ୍ୟଗଣ୍ୟ ଅତିଥ୍ ରାଜେନ୍ଦ୍ର ପ ପରିଡା ( ଭାଇସ ଇସ୍ ପ୍ରେସିଡେଣ୍ଟ, ଏଏସିସିଆଇ, ଓଡିଶା), ରୋନି ଦାସ୍, ବିଶ୍ୱଜିତ୍ ପାତ୍ର, ସୁଶ୍ରୀ ପଟ୍ଟନାୟକ ଏବଂ ଦିଲ୍ଲୀପ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!