ପୋଲିସ୍ ଛାଉଣୀ ଭିତରେ ଗ୍ୟାଙ୍ଗଷ୍ଟାର ବରକୁ କନିଆ ଲେଡି ଡନ୍ ହେଲା ବିବାହ

ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଓରଫ କାଲା ଜଥେଡି ଏବଂ ଲେଡି ଡନ୍ ଅନୁରାଧା ଚୌଧୁରୀ ଓରଫ୍ ମ୍ୟାଡାମ୍ ମିଂଜ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦିଲ୍ଲୀ ଦ୍ୱାରକା ସ୍ଥିତ ସନ୍ତୋଷ ଗାର୍ଡେନରେ ମଙ୍ଗଳବାର ବିବାହ କରିଛନ୍ତି ଏହି ଦୁଇ ଗ୍ୟାଙ୍ଗଷ୍ଟାର । ତେବେ ଏହି ଗ୍ୟାଙ୍ଗଷ୍ଟାର ବିବାହ ପାଇଁ ଦିଲ୍ଲୀ ଦ୍ୱାରକା ଅଞ୍ଚଳରେ ପୋଲିସ ଛାଉଣୀ ଦେଖିବାକୁ ମିଳିଥିଲା ।

ଏହି ବିବାହ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଦିଲ୍ଲୀ ପୋଲିସ । ପ୍ରତ୍ୟେକ ଅତିଥିଙ୍କ ଆଇଡି କାର୍ଡ ଯାଞ୍ଚ୍ କରିବା ପରେ ହିଁ ଭିତରକୁ ଛାଡୁଥିଲା ପୋଲିସ । ଗ୍ୟାଙ୍ଗଷ୍ଟାରଙ୍କ ବିବାହ ପାଇଁ ପୋଲିସ ମାତ୍ର ଅଧ ଘଣ୍ଟାର ସମୟ ଦେଇଥିଲା ।

କୌଣସି ବଡ ଅଘଟଣରୁ ଦୃଷ୍ଟିରେ ରଖି ସଜାଗ ରହିଥିଲା ପୋଲିସ୍ । ଉଭୟ କାଲା ଜଥେଡି ଓ ମ୍ୟାଡାମ୍ ମିଂଜଙ୍କ ବିରୋଧରେ ଏକାଧିକ ମାମଲା ରହିଛି । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ତିନି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଦୁହେଁ ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୱାଂଟେଡ୍ ରହିଥିଲେ । ଦୁହେଁ ପ୍ରଥମେ ବନାରସରେ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ପରିବାର ଲୋକଙ୍କ ଇଚ୍ଚା ଅନୁସାରେ ସର୍ବ ସମ୍ମୁଖରେ ବିବାହ କରିଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!