ଇତିହାସ ରଚିଲେ ପଲ୍ଲବୀ ଡେମ୍ପୋ

ଇତିହାସ ରଚିଲେ ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପଲ୍ଲବୀ ଡେମ୍ପୋ। ସେ ଗୋଆ ନିର୍ବାଚନୀ ଇତିହାସରେ ବିଜେପିର ପ୍ରଥମ ମହିଳା ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ ।

ଆଗାମୀ ସାଧାରଣ ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ତାଲିକାରେ ଦକ୍ଷିଣ ଗୋଆରୁ ଡେମ୍ପୋଙ୍କ ନାମ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି ବିଜେପି।

ଗୋଆର ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବୀ ଡେମ୍ପୋ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଏବଂ ପୁଣେର ଏମଆଇଟିରୁ ବ୍ୟବସାୟ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୪୯ ବର୍ଷୀୟ ଉଦ୍ୟୋଗୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜର ମିଡିଆ ଏବଂ ରିଏଲ୍ ଇଷ୍ଟେଟ ବିଭାଗର ଦେଖାଶୁଣା କରନ୍ତି

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!