ବ୍ରହ୍ମପୁର ଏସ୍‌ପି ଭାବେ ଦାୟିତ୍ୱ ନେବେ ସାର୍ଥକ ଷଡ଼ଙ୍ଗୀ

ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ରାଜ୍ୟର ମୋଟ ୮ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଥିବାବେଳେ ବ୍ରହ୍ମପୁର ଏସପି ଭାବେ ସାର୍ଥକ ଷଡ଼ଙ୍ଗୀ ଓ ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଜିଲ୍ଲାର ଏସପି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ନିର୍ବାଚନ କମିଶନ ୮ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ। କଟକ ଜିଲ୍ଲାପାଳ ବିନିତ ଭରଦ୍ବାଜଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା। ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ, ଖୋର୍ଦ୍ଧା ଏସ୍‌ପି ବି. ଯୁଗଳ କିଶୋର, ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇପିଏସ୍‌ କନୱର ବିଶାଲ ସିଂହଙ୍କୁ ବି ବଦଳି ପାଇଁ ନିର୍ଦ୍ଦେଶ ମିଳିଥିଲା। ନିର୍ବାଚନ ସଂପର୍କୀତ କାମ ନଥିବା ସ୍ଥାନକୁ ବଦଳି ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା।

Post Views77 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!