ବିଜେଡିରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ। ଗତ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ବିଜେଡି ସାଂସଦ ଥିଲେ ପ୍ରଭାସ କୁମାର ସିଂ।
ଚଳିତ ନିର୍ବାଚନରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ପ୍ରଭାସ ହେଲେ ଦଳ ପରିଣୀତାଙ୍କୁ ବରଗଡ଼ ଲୋକସଭା ଟିକେଟ ଦେଇଥିବା କାରଣରୁ ଅସନ୍ତୁଷ୍ଟ ହେଇ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ ପ୍ରଭାସ।
୨୦୧୪ ନିର୍ବାଚନରେ ପ୍ରଭାସ ବିଜେଡିରୁ ବରଗଡ଼ ଲୋକସଭା ଆସନ ପ୍ରାର୍ଥୀ ହୋଇ ୩ ଲକ୍ଷ ୮୩ ହଜାର ୨୩୦ ଖଣ୍ଡ ଭୋଟ ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ବିଜେପିରୁ ପ୍ରାର୍ଥୀ ଥିବା ସୁବାସ ଚୌହାନଙ୍କୁ ମାତ୍ର ୧୧,୧୭୮ ଭୋଟରେ ପରାସ୍ତ କରିଥିଲେ। ତେବେ ଆଜି ସିଧା ସଳଖ ନବୀନ ନିବାସ ଆସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ଦେଇଥିବା ସୂଚନା।

