ଦୀପକ ଏଇଏସ୍‌ଏଲ୍‌ର ନୂଆ ଏମ୍‌ଡି ତଥା ସିଇଓ

ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ପରୀକ୍ଷା ପ୍ରସ୍ତୁତିକାରୀ ସଂସ୍ଥା (ଟେଷ୍ଟ ପ୍ରିପାରେଟୋରି ସର୍ଭିସେସ) ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ(ଏଇଏସ୍ଏଲ୍)ର ନୂଆ ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦୀପକ ମେହରୋତ୍ରା ନିଯୁକ୍ତ ହୋଇଛନ୍ତି।

ଏ ସମ୍ପର୍କରେ ଏଇଏସ୍ଏଲ୍ର ଚେୟାରମ୍ୟାନ (ଅଧ୍ୟକ୍ଷ) ଶୈଳେଶ ହରିଭକ୍ତି କହିଛନ୍ତି, ଆମେ ଏଇଏସ୍ଏଲ୍ ବୋର୍ଡକୁ ତାଙ୍କୁ (ଦୀପକ) ସ୍ବାଗତ କରିବା ସହିତ ଆମର କାର୍ଯ୍ୟଧାରା ଓ ଲକ୍ଷ୍ୟକୁ ସେ ପୂରଣ କରିବେ ବୋଲି ଆଶା ରହିଛି।

ଦୀପକ ଏଇଏସ୍‌ଏଲ୍‌ର ନୂଆ ଏମ୍‌ଡି ତଥା ସିଇଓ ସେହିଭଳି ବର୍ତ୍ତମାନ ସମୟରେ ଆମେ ଯେଉଁ ଲକ୍ଷ୍ୟସ୍ଥଳରେ କାର୍ଯ୍ୟ କରୁଛୁ, ସେ ତାକୁ ପୂରଣ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏପରିକି ନୂଆ ମାଇଲଖୁଣ୍ଟ ହାସଲ ପାଇଁ ଆମେ ଏକତ୍ର ହୋଇ କାମ କରିବା ସହିତ ତାଙ୍କର ଆଭିମୁଖ୍ୟ ମଧ୍ୟ ଆମ ପାଇଁ ବେଶ୍ ସହାୟକ ହେବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Post Views141 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!