ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ବିହାରରେ ସର୍ବାଧିକ ୪୪ ଜଣଙ୍କ ମୃତ୍ୟୁ

ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଗତ ୨୪ ଘଣ୍ଟାରେ ୯୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିହାରରେ ସର୍ବାଧିକ ୪୪ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ଝାଡ଼ଖଣ୍ଡରେ ୧୫ ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଉତ୍ତରପ୍ରଦେଶରେ ୧୨ ଓ ଓଡ଼ିଶାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ରାଜସ୍ଥାନରେ ୫ ଜଣ, ଛତିଶଗଡ଼ରେ ୩ ଏବଂ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ବିହାରରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌ ରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ଏଥିଯୋଗୁ ଅତି କମ୍‌ରେ ଆଜି କେବଳ ୧୯ ଜଣ ପ୍ରାଣ ହରାଇଛନ୍ତି ମୃତକଙ୍କ ମଧ୍ୟରେ ୧୦ ଜଣ ପୋଲିଂ କର୍ମଚାରୀ ଥିବାର ଜଣାଯାଇଛି । ମିର୍ଜାପୁରରେ ଗ୍ରୀଷ୍ମ ପ୍ରବାହ ଯୋଗୁ ନିର୍ବାଚନ ଡ୍ୟୁଟିରେ ସାମିଲ ଥିବା ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଆହୁରି ୧୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେହିପରି ଉତ୍ତର ଭାରତରେ କେତେକ ସ୍ଥାନରେ ତାପମାତ୍ରା ୫୧ ଡିଗ୍ରୀ ଛୁଇଁଛି । ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଅତି କମ୍‌ରେ ୩ଟି ହାଇକୋର୍ଟ ଓକିଲ ମାନଙ୍କୁ କୋର୍ଟ ନ ପିନ୍ଧିବାକୁ ଅନୁମତି ଦେଇଛନ୍ତି। ସାରା ଦେଶର ଓକିଲ ମାନଙ୍କ ଲାଗି ଏହି ନିୟମ କରିବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଛି ।

ଏପରିକି ଦିଲ୍ଲୀ ରେ ଚଳିତ ସପ୍ତାହର ତାପମାତ୍ରା ପ୍ରଥମ ଥର ଲାଗି ପ୍ରାୟ ୫୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା। ଏଭଳି ସ୍ଥିତିରେ ଦିଲ୍ଲୀର ଏକ କୋର୍ଟରେ ବିଚାରପତିମାନେ ଏସି ଓ ପାଣି ଯୋଗାଣ ନଥିବା ଦର୍ଶାଇ ଚଳିତ ସପ୍ତାହରେ ଏକ ମାମଲାର ଶୁଣାଣିକୁ ସ୍ଥଗିତ ରଖିଦେଇଛନ୍ତି ତେଣୁ ମାମଲାର ଶୁଣାଣିକୁ ନଭେମ୍ବର ମାସକୁ ଘୁଞ୍ଚାଯାଇଛି।

ଝାଡ଼ଖଣ୍ଡର କେବଳ ମାଲାମୁ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହିଥିବା ବେଳେ, ୫ ଜଣ ଅଂଶୁଘାତରେ ପ୍ରାଣ ହରାଇଛନ୍ତି । ଉତ୍ତରପ୍ରଦେଶ ବାରାଣସୀର ମହାଶ୍ମଶାନ ମଣିକର୍ଣିକା ଘାଟରେ ଶବଗୁଡ଼ିକର ଧାଡ଼ି ଲାଗିଛି। ଗୁରୁବାର ସାଧାରଣ ଦିନ ଅପେକ୍ଷା ସେଠାରେ ୩ ଗୁଣା ଅର୍ଥାତ୍ ୪୦୦ରୁ ଅଧିକ ଶବ ପହଞ୍ଚିଥିଲା । ରାତିସାରା ଘାଟର ବିଭିନ୍ନ ଗଳିରେ ଜାମ୍ ରହିଥିଲା। ଘାଟରେ ଅଭିମ ସଂସ୍କାର କରାଉଥିବା ଡୋମ୍ ରାଜା ଓମ୍ ଚୌଧୁରୀ କହିଛନ୍ତି, ଗରମ ବଢ଼ିବା ପରେ ଅଚାନକ ଶବ ସଂଖ୍ୟା ବଢ଼ିଛି। ଗତକାଲି ରାତି ଅଧରେ ମୋକ୍ଷଦ୍ବାର ଯାଏ ଶବର ଲମ୍ବା ଲାଇନ୍ ଲାଗିଥିଲା। ଏପରିକି ସ୍ଥାନାଭାବରୁ ଶବକୁ ଗୋଟିଏ ଉପରେ ଗୋଟିଏ କରି ରଖାଯାଇଥିଲା। କାଠର ଅଭାବ ଯୋଗୁ ଲୋକେ ଗୋଟିଏ ଚିତା ଉପରେ ଦୁଇଟି ଶବ ଜଳାଇବାକୁ ମଧ୍ୟ ବାଧ୍ଯ ହେଉଥିଲେ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!