ବୀନ ନିବାସରେ ମୋହନ ମାଝୀ । ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୋହନ ମାଝୀ । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିବା ବେଳେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନବୀନ ଙ୍କୁ ନିମନ୍ତ୍ରଣ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ମୋହନ । ଏପରିକି ସୁଶାସନ ଗଠନ ପାଇଁ ନବୀନଙ୍କ ଆଶୀର୍ବାଦ ନେଇ ଫେରିଥିବା ମଧ୍ୟ କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।
ନବୀନ ପଟ୍ଟନାୟକ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି ମୋହନଙ୍କୁ କହିଛନ୍ତି, ନବୀନଙ୍କୁ ନିମନ୍ତ୍ରଣ ଦେଇ ଆଶୀର୍ବାଦ ନେଲି ବୋଲି ମଧ୍ୟ କହିଛନ୍ତି ମୋହନ ମାଝୀ ।

