ମାଳିକାର ପଂକ୍ତିକୁ ନେଇ ବଢିଲା ଚର୍ଚ୍ଚା ,ଠିକ୍ ଭାବେ ପାଳନ ହେଉଛି ତ ନିୟମ

ଆଡ଼ପ ପହଣ୍ଡି ବେଳେ ଚାରମାଳରେ ପଡ଼ିଗଲେ ପ୍ରଭୁ ଶ୍ରୀବଳଭଦ୍ର। ଚାରମାଳାରେ ପଡ଼ିଯିବା ପରେ ବହୁ କଷ୍ଟରେ ବଡ଼ ଠାକୁରଙ୍କୁ ଉଠାଇଥିଲେ ସେବାୟତ। ଆଡ଼ପ ମଣ୍ଡପ ବିଜେ ବେଳେ ଦେଖିବାକୁ ମିଳିଲା ବଡ଼ ବିଭ୍ରାଟ। ଏପରି ବିଭ୍ରାଟକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାଭିତରେ ସୋସିଆଲ ମଡିଆରେ ଏକ ଲେଖା ଭାଇରାଲ ହେଉଛି।

ଯାହାକୁ ମାଳିକାର ଏକ ପୃଷ୍ଠା ବୋଲି ସୋସିଆଲ ମିଡିଆରେ କୁହାଯାଉଛି। ବିଭ୍ରାଟ ଘଟିବା ପରଠାରୁ ଏହି ଲେଖା ବହୁଳ ମାତ୍ରାରେ ଭାଇରାଲ ହେଉଛି। ଏଥିରେ ସଂସ୍କୃତ ସହ ଓଡ଼ିଆ ଲେଖା ମଧ୍ୟ ରହିଛି। ଏଥିରେ ଲେଖାଅଛି ଯେ, ଅସାବଧାନତା ଯୋଗୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡ଼ିଯାଆନ୍ତି ତେବେ ରାଜାଙ୍କର ଓ ରାଜ୍ୟର ମହା ଅନିଷ୍ଟ ହେବ।

ଦୁର୍ଭିକ୍ଷ ପଡ଼ିବ। ମହାମାରୀ ବାରମ୍ବାର ହେବ। ଏପରି ଲେଖା ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ଆଡପ ମଣ୍ଡପ ବିଜେ ବେଳେ ପ୍ରଭୁ ବଳଭଦ୍ର ପଡିଯିବା କାରଣରୁ ପହଣ୍ଡିରେ ସାମିଲ ଥିବା ୧୦ରୁ ଅଧିକ ସେବାୟତ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟା ୭ଟାରେ ଆଡପ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ଏହି ସମୟରେ ହଠାତ୍ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ଫଳରେ ସେବାୟତମାନେ ରଥ ତଳକୁ ଖସି ପଡ଼ିଥିଲେ।ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!