ଆଜି ବିଜେପି ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । ଉକ୍ତ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଆଗାମୀ ୨୫ ତାରିଖରେ ରାଜ୍ୟ ବଜେଟ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବୈଠକରେ କୃଷି, ଜଳସମ୍ପଦ, ଯୋଜନା ଓ ସଂଯୋଜନ, ଆଇନ, ପୂର୍ତ୍ତ ବିଭାଗ ସମ୍ପର୍କିତ କେତେଗୁଡ଼ିଏ ନିଷ୍ପତ୍ତି ନିଆଯାଇପାରେ।
ସେହିପରି ଗତ ଜୁନ୍ ୧୯ ତାରିଖରେ ହାଇକୋର୍ଟରେ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ କ୍ୟାବିନେଟ ବୈଠକରେ ଉପସ୍ଥାପନ କରିବା ନେଇ ସତ୍ୟପାଠ ଦାଖଲ କରିଥିଲେ। ଏହି ପ୍ରରିପ୍ରେକ୍ଷୀରେ ଆସନ୍ତାକାଲିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

