ଅଲଗା ହେବ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ

ଅଲଗା ହବ ଯୁକ୍ତ-୨ ଓ ଯୁକ୍ତ-୩ ମହାବିଦ୍ୟାଳୟ। ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ +୨ ଓ +୩ ଅଲଗା ହବା ନେଇ ସୁଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। +୩ ଶିକ୍ଷାର ମାନ ବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ଆବଶ୍ୟକ ଜାଗା ଓ ଆବଶ୍ୟକ ଭିତ୍ତିଭୂମି ମୋହନ ସରକାର ଯୋଗାଇ ଦେବେ।

ମାଲକାନଗିରି ରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏଭଳି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ମାଲକାନଗିରିରେ ୭୮ତମ ସ୍ବାଧିନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜିଲ୍ଲାର ଉନ୍ନତି ନେଇ ସମୀକ୍ଷା ବୈଠକରେ ବି ସାମିଲ ହୋଇଛନ୍ତି । ଏହି ସମୟରେ କଲେଜ ପାଠପଢାକୁ ନେଇ ଏହି ବଡ଼ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!