ଭିଜିଲାନ୍ସ ଜାଲରେ ମହିଳା ଏଏସ୍‌ଆଇ

ଗିରଫ ଭୟ ଦେଖାଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ମହିଳା ପୁଲିସ ଅଧିକାରୀ। ସେ ହେଉଛନ୍ତି ବ୍ରହ୍ମପୁର ମହିଳା ଥାନାର ଏଏସ୍‌ଆଇ ବବିତା ସୁନା। ଏଏସ୍‌ଆଇ ବବିତା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। କେସ୍‌ ନମ୍ବର ୭/୨୫ରେ ତାଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ମହିଳା ଥାନାରେ ଯୌତୁକ ନିର୍ଯାତନା ତଥା ଘରୋଇ ହିଂସା ମାମଲା ଦାଏର କରିଥିଲେ। ଯାହାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି ଏଏସ୍‌ଆଇ ବବିତା। ଏହାପରେ ଏଏସ୍‌ଆଇ ବବିତା ଏତଲାକାରୀଙ୍କ ସ୍ବାମୀ ଓ ଶାଶୂଙ୍କୁ ଗିରଫର ଭୟ ଦେଖାଇଥିଲେ। ଏହା ସହିତ ଯୌତୁକ ବାବଦରେ ପାଇଥିବା ସମସ୍ତ ସାମଗ୍ରୀ ଫେରସ୍ତ କରି ନିଆଯିବ ବୋଲି କହିଥିଲେ। ମାମଲା ରଫାଦଫା କରିବାକୁ ୧୦ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଏଏସ୍‌ଆଇ କହିଥିଲେ। ଫଳରେ ବାଧ୍ୟ ହୋଇ ସମ୍ପୃକ୍ତି ବ୍ୟକ୍ତି ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ।ଏଏସ୍‌ଆଇ ବବିତା ଏତଲାକାରୀଙ୍କ ସ୍ବାମୀ ଓ ଶାଶୂଙ୍କୁ ଗିରଫର ଭୟ ଦେଖାଇଥିଲେ। ଏହା ସହିତ ଯୌତୁକ ବାବଦରେ ପାଇଥିବା ସମସ୍ତ ସାମଗ୍ରୀ ଫେରସ୍ତ କରି ନିଆଯିବ ବୋଲି କହିଥିଲେ। ମାମଲା ରଫାଦଫା କରିବାକୁ ୧୦ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଏଏସ୍‌ଆଇ କହିଥିଲେ।

ଯୋଜନା ମୁତାବକ ଉକ୍ତ ବ୍ୟକ୍ତି ଜଣଙ୍କ ଆଜି ମହିଳା ଥାନାକୁ ଯାଇ ଏଏସ୍‌ଆଇ ବବିତାଙ୍କୁ ଭେଟିଥିଲେ। ଦାବି ମୁତବାକ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଲାଞ୍ଚ ଟଙ୍କା ଦେଇ ସାରିବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଭିଜିଲାନ୍ସ ଟିମ୍‌ ଲାଞ୍ଚ ବାବଦ ଟଙ୍କା ଜବତ କରିବା ସହିତ ଏଏସ୍‌ଆଇ ବବିତାଙ୍କୁ ଗିରଫ କରିଥିଲା। ଏହା ସହିତ ରୁଜୁ ହୋଇଥିବା ଯୌତୁକ ନିର୍ଯାତା ମାମଲାର ସମସ୍ତ କାଗଜପତ୍ର ମଧ୍ୟ ଜବତ କରିଛି। ଭିଜିଲାନ୍ସ ଟିମ୍‌ ତାଙ୍କର ସରକାରୀ କ୍ବାର୍ଟର୍‌ ସମେତ ଦୁଇଟି ସ୍ଥାନରେ ଚଢ଼ଉ ଜାରି ରଖିଛି।

Post Views33 Total Count

Apply Now


This will close in 0 seconds

error: Content is protected !!