ଜିତିଲେ ବିରାଟ, ନାଚିଲେ ଅନୁଷ୍କା

ଦୀର୍ଘ ୧୮ ବର୍ଷ ପରେ ଆଇପିଏଲ ଟ୍ରଫି ହାତେଇଛି ଆର୍ସିବି । ପୂରଣ ହୋଇଛି ବିରାଟ କୋହଲିଙ୍କ ସ୍ୱପ୍ନ। ପ୍ରଥମ ଥର ପାଇଁ IPL ଚାମ୍ପିଅନ୍ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୫ ଫାଇନାଲରେ ପଞ୍ଜାବ କିଙ୍ଗସକୁ ୬ରନ୍‌ରେ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ଆଇପିଏଲ ଟାଇଟଲ ହାସଲ କରିଛି ।

ଜିତିବା ପରେ ବିରାଟ କୋହଲି ଭାବପ୍ରବଣ ହୋଇଗଲେ । ସେ ପଡ଼ିଆରେ ବସି କାନ୍ଦିବାକୁ ଲାଗିଲେ । ସେହି ସମୟରେ, ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଖୁସିରେ ନାଚିବା ଦେଖିବାକୁ ମିଳିଥିଲା । ଅନୁଷ୍କା ବିରାଟଙ୍କ ଅଧିକାଂଶ ମ୍ୟାଚ୍ ଦେଖିବାକୁ ଆସିଥିଲେ । ଅନୁଷ୍କା ହେଉଛନ୍ତି ବିରାଟଙ୍କ ଲକି ଚାର୍ମ ।

Post Views5 Total Count

Apply Now


This will close in 0 seconds

error: Content is protected !!