ନିଶା କାରବାର ନେଇ ଜେଲରେ ପୋଲିସର ଚଢ଼ାଉ , ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ରେଡ୍ । ଏସପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଚଢ଼ାଉରେ ସାମିଲ ସୂଚନା । ଦଶପଲ୍ଲା ଉପ କାରାଗାରରୁ ମିଳିଲା ବିପୁଳ ନିଶାଦ୍ରବ୍ୟ । ବିପୁଳ ପରିମାଣରେ ଗୁଟଖା, ଖଇନି, ବିଡି ସହ ବ୍ଲେଡ୍ ଜବତ।
ଜେଲ ଭିତରେ ମାଦକ ଦ୍ରବ୍ୟ ଓ ନିଶା କାରବାର ହେଉଥିବା ଦୃଷ୍ଟି ରେ ରଖି ଖଣ୍ଡପଡ଼ା ଉପକାରାଗାରରେ ପୋଲିସ ପକ୍ଷରୁ ଚଢ଼ାଉ।ଆଜି ସକାଳ ୭ଟା ସମୟରେ ହୋଇଛି ଚଢ଼ାଉ। ବିଡ଼ି , ଦିଆସିଲି, ସଫଳ ଗୁଟଖା,ପତି, ଏବଂ ଦୋକତା ଖଇନୀ ଜବତ।

