କର୍ମକର୍ତ୍ତାଙ୍କୁ ଏହି ଗୁରୁମନ୍ତ୍ର ଦେଲେ ନବୀନ

ଏକଜୁଟ ହୋଇ ଦଳକୁ ଶକ୍ତିଶାଳୀ କରିବା ପାଇଁ କାମ କରିବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର ଛାତ୍ର, ଯୁବ, ମହିଳା ଶାଖାକୁ ଆହ୍ବାନ ଦେଇଛନ୍ତି। ଶୁକ୍ରବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କ ବୈଠକରେ ଯୋଗଦେଇ ନବୀନ କହିଛନ୍ତି, ସେବା, ସଂଗ୍ରାମ, ସ୍ବାଭିମାନ ଓ ସଚେତନତା ହେଉଛି ଦଳର ଆଦର୍ଶ। ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ ଗତ ୨୭ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଛି। ଛାତ୍ର, ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି।

କ୍ଷମତା ନୁହେଁ, ଲୋକଙ୍କ ସେବା ହିଁ ବିଜେଡିର ଲକ୍ଷ୍ୟ।
ନିର୍ବାଚନ ବିଷୟ ଉଲ୍ଲେଖକରି ନବୀନ କହିଛନ୍ତି, ନିର୍ବାଚନରେ ହାରଜିତ ରହିଛି। ଓଡ଼ିଶାବାସୀଙ୍କ ଏ ଭଲ ପାଇବା ହିଁ ବିଜେଡିର ସବୁଠାରୁ ବଡ଼ ଶକ୍ତି । ସୋସିଆଲ ମିଡିଆର ସମାଜ ଉପରେ ପ୍ରଭାବ ବିଷୟରେ ଅବତାରଣା କରି ନବୀନ ଛାତ୍ର ସମାଜକୁ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବା ପାଇଁ ପରାମର୍ଶ ଦେଇ ମିଛ ଖବର ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଈପ୍ସିତା ସାହୁ, ଅବିନାଶ ଠାକୁର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ବୈଠକରେ ବିଜୁ ଛାତ୍ର ଜନତା ଦଳ ବ୍ଲକ ଓ ପଞ୍ଚାୟତ ସ୍ତରରେ ଦଳକୁ ସୁଦୃଢ଼ କରିବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!