ଦୁବାଇରେ ଫସିଥିବା ଜଣେ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ସାଂସଦ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ଜଣେ ଶ୍ରମିକ ସୁରକ୍ଷିତ ଭାବେ ନିଜ ଘରକୁ ଫେରିଛନ୍ତି। ଉକ୍ତ ଶ୍ରମିକ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ରାଜୀବ ପରିଡା। ରାଜୀବ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୨୦୦୮ରେ ଚାକିରୀ ସନ୍ଧାନରେ ଦୁବାଇ ଯାଇଥିଲେ ରାଜୀବ। ସେ ଡାର୍କ ଆଣ୍ଡ ସ୍କଲଡ଼ କମ୍ପାନୀରେ ଷ୍ଟୋର୍ କିପର୍ ଭାବେ ଦୁବାଇରେ କାମ କରୁଥିଲେ। ତେବେ ୨୦୨୧ ମସିହାରେ ରାଜୀବଙ୍କୁ କମ୍ପାନୀ ଟର୍ମିନେଟ୍ କରିଥିଲା। ତା’ ପରେସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନା ଥିଲା ଦରମା ନା ରହିବାର ସୁବିଧା। ଏପରିକି ରାଜୀବଙ୍କୁ ଉପବାସରେ ରହିବାକୁ ପଡୁଥିଲା।
ଶେଷରେ ରାଜୀବଙ୍କ ଭାଇ ରଜତ ପରିଡା କେନ୍ଦ୍ରାପଡ଼ା ସାଂସଦଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ନିଜ ଭାଇକୁ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ କରିଥିଲେ। ପରେ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗତକାଲି ରାଜୀବ ଓଡ଼ିଶା ଫେରିଛନ୍ତି।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!