ଉତ୍ତମ ସେବା ପାଇଁ ନର୍ସିଂ ସିଷ୍ଟର ସଂଯୁକ୍ତା ସେଠୀଙ୍କୁ ରାଷ୍ଟ୍ରପତି ପ୍ରଦାନ କଲେ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର

ଉତ୍ତମ ରୋଗୀ ସେବା ପାଇଁ ବିଭିନ୍ନ ରାଜ୍ୟରୁ ୧୫ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ବୁଧବାର ରାଷ୍ଟ୍ରପତି ଭଵନଠାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି। ମାଲକାନଗିରି ଜିଲ୍ଲା ହସ୍ପିଟାଲର ନର୍ସିଂ ସିଷ୍ଟର ସଂଯୁକ୍ତା ସେଠୀଙ୍କୁ ଏହି ପୁରସ୍କାର ମିଳିଛି। ଉତ୍ତମ ରୋଗୀ ସେବା, ବ୍ରଜ୍ୟଵସ୍ତୁ ପରିଚାଳନା ଓ ଅନ୍ୟାନ ସେବା ମୂଳକ କାର୍ଯ୍ୟ ପାଇଁ ସଂଯୁକ୍ତାଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ମାନପତ୍ର ରାଷ୍ଟ୍ରପତି ପ୍ରଦାନ କରିଛନ୍ତି ।

ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଉତ୍ତମ ସେବା ପାଇଁ. ଶ୍ରୀମତୀ ସେଠୀଙ୍କ ନାମ ସୁପାରିଶ କରାଯାଇଥିଲା।ରୋଗୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ କରିଥିବାରୁ ସେ ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗେଲ ଆୱାର୍ଡ଼ -୨୦୨୪ ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଥିଲେ।

ଉକ୍ତ ଖବର ଜଣାପଡ଼ିବା ପରେ ସମଗ୍ର ମାଲକାନଗିରି ଜିଲ୍ଲା ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀମତୀ ସେଠୀ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଦୀର୍ଘ ବର୍ଷ ହେବ ନର୍ସିଂ ଅଫିସର ଭାବେ କାର୍ଯ୍ୟ କରି ଉତ୍ତମ ରୋଗୀ ସେବା ଯୋଗୁଁ ଲୋକପ୍ରିୟ ହେବା ସହ ବେଶ ସୁନାମ ଅର୍ଜନ କରିଛନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!