୧୫ ଭିତରେ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ନୂଆ ଅପଡେଟ ସାମ୍ନାକୁ ଆସୁଛି । ବର୍ତ୍ତମାନର ସବୁଠୁ ବଡ଼ ଅପଡେଟ ହେଉଛି, ୧୭ ତାରିଖରେ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି ଟଙ୍କା । ସେପ୍ଟେମ୍ବର ୧୫ ଭିତରେ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା। ପ୍ରଶ୍ନ ଉଠୁଛି ୧୭ ପରେ ଆବେଦନ କଲେ ସୁଭଦ୍ରା ଟଙ୍କା ମିଳିବ କି ନାହିଁ। ୧୭ ପରେ ଆବେଦନ କରିଥିବା ମହିଳାମାନଙ୍କ ଆକାଉଣ୍ଟକୁ ବି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସିବ । ସୁଭଦ୍ରା ଯୋଜନାର ସ୍ପଷ୍ଟ ଗାଇଡଲାଇନ ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି ।

ଏସଓପି ଜାରି ହେବା ପରଠୁ ସୁଭଦ୍ରା ଯୋଜନାକୁ ନେଇ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ରାତି ଦିନ ଲାଗି ପଡ଼ି ଆପ୍ଲାଏ କରିବା ପାଇଁ ମହିଳାମାନେ ଆଗ୍ରହ ଦେଖାଉଛନ୍ତି । ଓଡିଶାରେ ରହୁଥିବା ମହିଳାମାନେ ଜନ ସେବା କେନ୍ଦ୍ର, ବ୍ଲକ, ଅଙ୍ଗନବାଡ଼ି ଆଗରେ ଭିଡ ଜମାଇଛନ୍ତି । କିନ୍ତୁ ବର୍ତ୍ତମାନ ସବୁଠୁ ବଡ଼ କଥା ହେଉଛି, ଯଦି ଆବେଦନକାରୀ ଆବେଦନ କରିବାବେଳେ କିଛି ତ୍ରୁଟି ଅଛି ବୋଲି ଭାବୁଛନ୍ତି ତେବେ କ’ଣ କରିବେ? ଆମେ ଆପଣଙ୍କୁ କହିବୁ ଏତିପାଇଁ କ’ଣ କରିବାକୁ ପଡିବ। ଷ୍ଟେପ ବାଏ ଷ୍ଟେପ ଜାଣି ରଖନ୍ତୁ ନ ହେଲେ ଟଙ୍କା ମିଳିବନି।

ଯଦି ଆପଣଙ୍କ ଆବେଦନ ଫର୍ମରେ ତ୍ରୁଟି ତାଏ ତେବେ ଆଧାରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ । ଏହି ଯୋଜନା ପାଇଁ ଆବେଦନ କରିବା ପୂର୍ବରୁ ଆବେଦନକାରୀ ସେମାନଙ୍କ ଆଧାର କାର୍ଡରେ ଥିବା ତଥ୍ୟକୁ ସଂଶୋଧନ କରିବା ଜରୁରୀ । ଯଦି ଆଧାରକାର୍ଡରେ ତଥ୍ୟ ମେଳ ଖାଉନାହିଁ ତେବେ ଆବେଦନ କରିବା ପୂର୍ବରୁ ଆବେଦନକାରୀ ସେମାନଙ୍କ ଆଧାର କାର୍ଡରେ ଥିବା ତଥ୍ୟକୁ ସଂଶୋଧନ କରିବା ଜରୁରୀ । ସେହିପରି ଆବେଦନକାରୀଙ୍କୁ ଆଧାର-ସକ୍ଷମ ଏବଂ DBT- ସକ୍ଷମ ଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନ ଥାଏ ତେବେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ଲିଙ୍କ କରିବାର ସୁଯୋଗ ଦିଆଯିବ।

କିଛି ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା “ସୁଭଦ୍ରା” ଯୋଜନାର ୱେବ ପୋର୍ଟାଲକୁ ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲଟି ହେଉଛି www.subhadra.odisha.gov.in। ଏହି ପୋର୍ଟାଲ ଛଡା ଆଉ କୌଣସି fake ୱେବସାଇଟ ଦ୍ବାରା ଭ୍ରମିତ ହୁଅନ୍ତୁ ନାହିଁ । ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି । ଏହା ଦ୍ବାରା ଆପଣମାନେ ସହଜରେ, ସୁବିଧାରେ, ସବୁଠାରେ ସୁଭଦ୍ରା ବିଷୟରେ ପଢିପାରିବେ ଓ ବୁଝିପାରିବେ । ଏହା ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ପ୍ରଦତ୍ତ ଅଛି। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ହାୟିତ୍ୱ ସହ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି। ସୁଭଦ୍ରା ସମ୍ବନ୍ଧୀୟ ଆପଣମାନଙ୍କ ମନରେ ଆସୁଥିବା ଯେକୌଣସି ପ୍ରଶ୍ନର ଉତ୍ତର ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ । ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ଘୋଷଣା ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ ।

ଆଉ କିଛି ଜାଣିବାକୁ ହେଲା ଆପଣ ଟୋଲ ଫ୍ରି ନମ୍ବର -୧୪୬୭୮ ରେ କଲ୍‌ କରିବେ । ଏହି ଟୋଲ ଫ୍ରି ନମ୍ବର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ଫର୍ମ
ସମ୍ପୂର୍ଣ ମାଗଣାରେ ଉପଲବ୍ଧ ହେଉଛି । ପୂରଣ ହୋଇଥିବା ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲାପାଳଙ୍କ ନିର୍ଦ୍ଦେଶାନୁସାର ନିରୂପଣ କରାଯାଇଥିବା ର୍ନିଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟଳୟରେ ୪ ସେପ୍ଟେମ୍ବର ଅପରାହ୍ନରୁ ଫର୍ମ ଦାଖଲ ଆରମ୍ଭ ହୋଇଯାଇଛି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!