ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଉପାନ୍ତ ଅଞ୍ଚଳର ବହୁ ମହିଳା ଏବେବି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କେନ୍ଦ୍ରରେ ଅପେକ୍ଷା କରୁଛନ୍ତି । ସେହିଭଳି ବ୍ୟାଙ୍କ ଆଗରେ ଟଙ୍କା ଉଠାଇବାକୁ ଲମ୍ବା ଲାଇନ, ତ ଆଉ କେଉଁଠି ଗଛମୂଳେ ଓ ଜରିପାଲ ତଳେ ଚାଲିଛି ଜନସେବା କେନ୍ଦ୍ର।
ଏପଟେ କେବଳ ଆପ୍ଲିକେସନ ରିଜେକ୍ଟ ହୋଇଥିବା ୨ ହଜାର ଜଣଙ୍କୁ ଛାଡ଼ି ବାକି ସମସ୍ତ ଆବେଦନକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିସାରିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ବି ଯେଉଁମାନେ ଆବେଦନ କରିବେ, ସମସ୍ତଙ୍କୁ ସେପ୍ଟେମ୍ବର ୧୭ର କିସ୍ତି ମିଳିବ ବୋଲି ଆଶ୍ବସ୍ତ କରିଛନ୍ତି ।

