ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ  ହେବ ଯାଞ୍ଚ

ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ବରଙ୍କୁ ଅର୍ପଣ କରାଯାଉଥିବା ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଥିବା ନେଇ ଖବର ପ୍ରସାରିତ ହେଲା ପରେ କିଛି ଦିନ ହେଲା ହିନ୍ଦୁ ଧର୍ମାବଳମ୍ବୀଙ୍କ ମନରେ ଶକ୍ତ ଆଘାତ ଲାଗିଛି। ଏହି ଖବରକୁ ନେଇ ‌ଭାରତରେ ଚର୍ଚ୍ଚା ହେଉଛି। ଘଟଣା ସତ କି ଗୁଜବ ସେନେଇ ତଦନ୍ତ ଜାରି ରହିଥିବା ବେଳେ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମଙ୍ଗଳବାର ବଡ ବୟାନ ଦେଇଛନ୍ତି।

ପୁରୀ ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ କହିବା ଅନୁସାରେ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥ‌ିବା ସମ୍ଭାବନା ରହିଛି। ତେଣୁ ଖୁବଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ। ଏନେଇ ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଏହାପରେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ହେଉଥୁବା ଘିଅକୁ ଫୁଡ୍ ସେଫ୍ଟ ଅଫିସରଙ୍କ ଦ୍ବାରା ଯାଞ୍ଚ କରାଯିବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!