୨୫ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ସହାୟତା ରାଶି

୨୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇସାରିଛନ୍ତି। ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ଯାଇଛି। କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ସହାୟତା ରାଶି। ଏହିପରି ପର୍ଯ୍ୟାୟକ୍ରମେ ମୋଟ କୋଟିଏ ମହିଳାଙ୍କୁ ଦିଆଯିବ ସୁଭଦ୍ରା ସହାୟତା। ଆଜି ଭୁବନେଶ୍ୱରରେ ବିଜେପିର ଏକ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

‘ସୁଭଦ୍ରା’ ପ୍ରସଙ୍ଗରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି,ଏହି ଯୋଜନାରେ ଏଯାଏଁ ୯୨ ଲକ୍ଷ ମହିଳା ଆବେଦନ କରିସାରିଲେଣି। ଆଉ ସପ୍ତାହେ ଭିତରେ ଏକ କୋଟି ଆବେଦନ ଆସିଯିବ। ୧ କୋଟି ମହିଳାଙ୍କୁ ନିଶ୍ଚିତ ଟଙ୍କା ମିଳିବ। କିଏ ଆଗ ଓ କିଏ ପରେ ପାଉଛି। କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ।

ସମସ୍ତଙ୍କୁ ଟିକେ ଧୈର୍ଯ୍ୟ ରଖିବାକୁ ହେବ। E-KYC ପାଇଁ ଟିକେ ସମୟ ଲାଗୁଛି। ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇ ସାରିଛୁ। ଆସନ୍ତା ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ। କିନ୍ତୁ ଦ୍ୱିତୀୟ କିସ୍ତି ଟଙ୍କା ଏକକାଳୀନ ସମସ୍ତ ୧ କୋଟି ହିତାଧିକାରୀଙ୍କୁ ଦିଆଯିବ। ଆସନ୍ତା ମାର୍ଚ୍ଚ ୮ରେ ମହିଳା ଦିବସରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!