ଚିତ୍ରାଙ୍କୁ କୋରାପୁଟ, ଶୁଭାଙ୍କୁ ଗଜପତି ଦାୟିତ୍ଵ

ରାଜ୍ୟ ସରକାର ଆଜି ନିଜର ସଚିବସ୍ତରୀୟ ଅଫିସରଙ୍କୁ ନିତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ୧୬ଟି ଜିଲ୍ଲାର ସେକ୍ରେଟେରୀ ଇନଚାର୍ଜ ଭାବେ ମନୋନୀତ କରିଛନ୍ତି । ଏହି ଜିଲ୍ଲାଗୁଡିକରେ ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଜାରି ରହିଛି ।

ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରମ ଓ ନିଯୁକ୍ତି ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମଙ୍କୁ କୋରାପୁଟ ଜିଲ୍ଲାର ଇନଚାର୍ଜ ଭାବେ ମନୋନୀତ କରାଯାଇଥିବାବେଳେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଗଜପତି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି ।

ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦୁଝର, ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ କଳାହାଣ୍ଡି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରି, ଅର୍ଥ ସଚିବ ଶାଶ୍ୱତ ମିଶ୍ରଙ୍କୁ ବରଗଡ଼, ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀଙ୍କୁ କନ୍ଧମାଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ବିଶାଳ କୁମାର ଦେବଙ୍କୁ ନୂଆପଡ଼ା, ଗ୍ରାମ୍ୟ ଉନ୍ନୟନ ସଚିବ ସଞ୍ଜୟ କୁମାର ସିଂଙ୍କୁ ମୟୂରଭଞ୍ଜ, କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ନବରଙ୍ଗପୁର, ମିଶନଶକ୍ତି ସଚିବ ଶାଳିନୀ ପଣ୍ଡିତଙ୍କୁ ରାୟଗଡ଼ା, ଏସ ଅଶ୍ୱଥିଙ୍କୁ ସୁନ୍ଦରଗଡ଼, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ସମ୍ବଲପୁର, ବିଡିଏ ଉପାଧ୍ୟକ୍ଷ ଏନ ଥିରୁମାଳା ନାଏକଙ୍କୁ ନୟାଗଡ଼ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁଧାଂଶୁ ମୋହନ ସାମଲଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!